STORYMIRROR

Brundaban Dash

Tragedy

2  

Brundaban Dash

Tragedy

ମୋ ଜେଜେଙ୍କ ଶେଷ ପଞ୍ଚୁକ

ମୋ ଜେଜେଙ୍କ ଶେଷ ପଞ୍ଚୁକ

1 min
294

ଯେବେ ଆସିଯାଏ ପଞ୍ଚକ,

ଛାତି ରେ ପସିଯାଏ ଛନକ


ଚାଲିଥଏ ଭଜନ କୀର୍ତ୍ତନ,

କମ୍ପି ଉଠୁଥାଏ ଯେସନେ ସଭା ଭବନ


ଅଷ୍ଟପ୍ରହରୀର ସମୟ,

ବଡ଼ ସାନ ମିଶି କରନ୍ତି ରାମ ନାମ ଜୟ


ନନା ବୋଉ ବ୍ୟସ୍ତ ଥାନ୍ତି ଗୋସେବାରେ,

ଜେଜ ମୋର ସୋଇଥାନ୍ତି ଖଟ ଉପରର


ଶୀତ ଦେଖଉଥାଏ ପ୍ରକୋପ ତାହାର,

ଜେଜ ଙ୍କୁ ଶ୍ବାସ କରୁଥାଏ ତା କରୁଣ ପ୍ରହାର

ଶେଷ ନିଦ୍ରାରେ ମୁଦ୍ରିତ ହେଲା ନୟନ ତାଙ୍କର,

ସମସ୍ତଙ୍କ ନୟନୁ ଝରିଲା ଲୋତକର ଧାର


ଭୁଲି ହେଉ ନାହିଁ ସେହି ଦାରୁଣ ଦିନକ,

ଯେବେ ଆସିଥାଏ ଏହି କାର୍ତିକେ ପଞ୍ଚୁକ

"ମୋ ଜେଜେ ଙ୍କ ସ୍ମୃତିରେ "


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy