ଗରିବର ଗାମ୍ଭୀର୍ଯ୍ୟ
ଗରିବର ଗାମ୍ଭୀର୍ଯ୍ୟ
ଗରିବର ଶୁଣ ଗାମ୍ଭୀର୍ଯ୍ୟ ଗାଥା
ସରକାର ଲୋଡେ ଗରିବ ମଥା ।
ଗରିବୀ ହଟିବ ନାରାଟି ଦେଇ
ଭୋଟରଂକୁ ପ୍ରଭାବିତ କରଇ ।
ଗରିବ ବାପୁଡା ଭାଳେ ବିଜନେ
ଗରିବ ଆହୁରି ଗରିବ ବନେ ।
ଗରିବ ନପାଏ ଥଳ କି କୂଳ
ବୁଡିଗଲା ଗୋଡ ତଳକୁ ତଳ ।
ନିରକ୍ଷରତା'ର ଅଭିଶାପରେ
ଶୋଷକ ଜାଲରେ ସେ ଧରା ପଡେ।
ସାହାଯ୍ୟ କରିବା ବାହାନା ଘେନି
ଗରିବକୁ ଶୋଷି ଧନୀକ ଧନୀ ।
ଭାଗ୍ୟ ଭଗବାନ କୋଷେ ଗରିବ
ଗରିବ ଗରିବ ହୋଇ ମରିବ ।
ଗରିବୀ ଉପରେ ଲେଖି ସନ୍ଦର୍ଭ
ନୋବେଲ ପାଆନ୍ତି କେତେ ଗର୍ଧଭ।
ସାଧନା କର୍ତ୍ତବ୍ୟ ତପସ୍ୟା ଫଳେ
ଗରିବ ହୁଅଇ ଧନୀକ କାଳେ !!
କରମ ଲିଖନ ନମାନି ତାକୁ
କର୍ମେ ଫିଙ୍ଗି ଦେବା ଗରିବିଟାକୁ ।
