ମୋ ରାଜ୍ୟ ଐତିହ୍ୟ ଗାଥା
ମୋ ରାଜ୍ୟ ଐତିହ୍ୟ ଗାଥା
ଏଇ ମୋ ଉତ୍କଳ ଭୂଇଁ
ପୂରୁବ ଗରିମା ଗଉରବ ଗାଥା
କହିଲେ ସରିବ ନାହିଁ ॥
ଗଙ୍ଗା ଠାରୁ ଗୋଦାବରୀ
ମୋ ରାଜ୍ୟର ସୀମା ବ୍ୟାପି ଥିଲା ଦିନେ
ଐତିହ୍ୟ ତା ଅସୁମାରୀ ॥
ମୋ ରାଜ୍ୟ ସାଧବ ପୁଅ
ନୌବାଣିଜ୍ୟ ପାଇଁ ଯାଉଥିଲା ଦିନେ
ନ ଡରି ସାଗର ସୁଅ ॥
ମୋ ରାଜ୍ୟ ପଥର ଶିଳ୍ପୀ
ପଥରେ ଦେହରେ ଫୁଟାଇ ଯାଇଛି
ଅପୁର୍ବ ସେ କଳା କୃତି ॥
ସେ କଳାର ମୂକ ସାକ୍ଷୀ
ଭଗ୍ନ କୋଣାରକ ଠିଆ ହୋଇଅଛି
ଦେଖି ଲାଖିଯାଏ ଆଖି ॥
ପୁରାତନ ବୌଦ୍ଧ କୀର୍ତ୍ତି
ଗିରି ଗୁମ୍ଫା ଆଉ ଶିଳା ଦେହେ ଲେଖା
ଜଗାଏ ପୁରୁଣା ସ୍ମୃତି ॥
କ୍ଷେତ୍ର ସେ ପୁରୁଷୋତ୍ତମ
ବିଜେ ଜଗନ୍ନାଥ ଜଗତର ନାଥ
ନାମ ନୀଳାଚଳ ଧାମ ।
ନୀଳାଚଳେ ଜଗନ୍ନାଥ
କାହିଁ କେଉଁ କାଳୁ ଚାଲିଆସୁଅଛି
ଦେଖୁଛି ସାରା ଜଗତ ॥
ସାରା ରାଜ୍ୟେ ତୀର୍ଥ ସ୍ଥାନ
ଭରି ରହିଅଛି ଦେବାଦେବୀ କ୍ଷେତ୍ର
ଦେଖିଲେ ପୂରଇ ମନ ॥
ମୋ ରାଜ୍ୟ ପାଇକ ପୁଅ
ସ୍ୱାଧୀନତା ପାଇଁ କରିଥିଲା ଦିନେ
ବିଦ୍ରୋହ ଇଂରେଜ ସହ ॥
ମୋ ରାଜ୍ୟ ଐତିହ୍ୟ ଗାଥା
ଯେତେ ଶୁଣଥିବ ସେତେ କହୁଥିବି
ସରିବ ନାହିଁ ସ କଥା ॥
