STORYMIRROR

Sachidananda Kar

Inspirational

3  

Sachidananda Kar

Inspirational

ମୋ ଆଖି ଦେଲୁ ଖୋଲି

ମୋ ଆଖି ଦେଲୁ ଖୋଲି

1 min
206

କାଗଜ ଖାତା ବହି ବିକିବ

କାଗଜ ଖାତା ବହି

ଆସିଲା ଜଣେ ଆମ ଗଳିକୁ

ଏ କଥା କହି କହି ।।


ତା' ବଡ଼ ପାଟି ଶୁଣିଲା ସାନୁ

ଘର ଭିତରେ ଥାଇ

ଦେଖିବ ତାକୁ କରିଲା ମନ

ଘରୁ ଆସିଲା ଧାଇଁ ।।


ଡାକୁଥିଲା ସେ ବଡ଼ ପାଟିରେ

ଟିକିଏ ରହି ରହି

କାଗଜ ଖାତା ବହି ବିକିବ

କାଗଜ ଖାତା ବହି ।।


ନିରେଖି ତାକୁ ଚାହିଁଲା ସାନୁ

ଭାବିଲା କେତେ କଥା

ଦେଖି ତା' ବହି କାଗଜ ଖାତା

ଘୂରିଲା ତା'ର ମଥା ।।


କି ପାଠ ସତେ ପଢୁଛି ଇଏ

ବୁଝି ତ ହୁଏ ନାହିଁ

ଏତେ କାଗଜ ବହି ଖାତା କି

ଲୋଡ଼ା ସତେ ତା' ପାଇଁ ।।


ସତେ କି ପାଠ ପଢୁଛ ତୁମେ

କୁହ ତ ମତେ ଭଲା

ପଚାରି ତାକୁ ଜାଣିବା ପାଇଁ

ସାନୁ ତା' ପାଶେ ଗଲା ।।


ଅଳପ ହସି ତା' ଆଡେ ଚାହିଁ

ପଚାରି ଦେଲା ଯେବେ

କହିଲା ସିଏ ପଢିନି ମୁହିଁ

ପଢିବି କିସ ଏବେ ।।


ମୁରୁଖ ରହି ବେପାର ଧରି

ବୁଲୁଛି ଗଳି ଗଳି

ଅଭାବ ସଦା ରହିଛି ଲାଗି

ପାରୁନି ସୁଖେ ଚଳି ।।


କହିଲା ସାନୁ ଆସ ମୋ ସାଥେ

ଆସ ପଢିବ ପାଠ

ଶୁଣି ତା' କଥା ଲୋକଟି ମୁହେଁ

ଫୁଟିଲା ଦରହାସ ।।


ମନେମନେ ସେ କରିଲା ପଣ

ପାଠ ପଢିବ ବୋଲି

ହସି କହିଲା ବାବୁ ତୁ ଆଜି

ମୋ ଆଖି ଦେଲୁ ଖୋଲି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational