Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Anam Charan Sahoo

Inspirational Others

5.0  

Anam Charan Sahoo

Inspirational Others

ମର୍ତ୍ତ୍ୟ ବୈକୁଣ୍ଠ

ମର୍ତ୍ତ୍ୟ ବୈକୁଣ୍ଠ

1 min
152


ଯେଉଁଠି ମୋ ପାଇଁ ଜୀବନ୍ତ ଦେବତା

ଅଟନ୍ତି ମୋ ବାପା ମାଆ

ସେନେହ ମମତା ମଧୁବୋଳା କଥା

ପାଦେପାଦେ ହୋଇ ସାହା।

ନୟନ ପିତୁଳା କରିଛନ୍ତି ମୋତେ

ଖୋଇ କେତେ ଦୁଧ ସର

ଉପାସ ଭୋକରେ ରହିଛନ୍ତି ପୁଣି

ନରଖି ହିସାବ ତା'ର।

ଚାଲିବା ଶିଖିଲି ବାପା ହାତ ଧରି

ମାଆ ଶିଖାଇଲା କଥା

ଭାଇ ଭଗିନୀରେ ଅଭୁଲା ଆଦର

ମନେ ଲାଗେ ଯେବେ ବ୍ୟଥା।

ଯେଉଁ ଅଗଣାରେ ଏବେବି ଭରିଛି

ଅପାସୋରା କେତେ ସ୍ମୃତି

ପର୍ବ ପର୍ବାଣୀର ଅସରା ଆନନ୍ଦ

ଜୀବନର ମଧୁ ଗୀତି।

ଜେଜେ ଜେଜିମାର କାହାଣୀ ପୁଟୁଳା

ବୁଢ଼ୀ ଅସୁରୁଣୀ କଥା

ରଜା ପୁଅ ସଙ୍ଗେ ରାଜଜେମାଙ୍କର

ପ୍ରେମ ପ୍ରଣୟର ଗାଥା।

ସେହି ସ୍ଥାନ ଅଟେ ମୋ ପାଇଁ ସରଗ

ମହୀ ପୁରେ ଟିକି ଘର

ଯେଉଁଠି ଥିଲେବି ହୃଦୟେ ଅଙ୍କିତ

ଛବିଳ ସୁଷମା ତା'ର।


Rate this content
Log in