ଗର୍ବ ଗଞ୍ଜନ ଗିରିଧାରୀ
ଗର୍ବ ଗଞ୍ଜନ ଗିରିଧାରୀ
ହେ ହରି ହେ ମୁରାରୀ
ଭାବ ରେ ଡାକିଲେ ପାଖେ ପାଖେ ଥାଅ
ମନେ ଗର୍ବ ବହି ଯେତେ ଡାକୁଥାଅ
ଗର୍ବ ନାଶନ୍ତି ତାହାରି
ସେ ତ ଗର୍ବ ଗଞ୍ଜନ ଗିରିଧାରୀ।
ମଥୁରା ରେ ଜନ୍ମି କଂସ ବନ୍ଦିଶାଳେ
ବଢ଼ିଲ ଗୋପରେ ଯାଇ
ଗୋପ ଗୋପାଳଙ୍କ ମେଳ ରେ ବଢିଲ
ନର ଅବତାର ନେଇ
ଆହେ ବଂଶିଧାରୀ ମୁକୁନ୍ଦ ମୁରାରୀ
ମୁନି ଋଷି ମନହାରୀ।
ଗିରି ଗୋବର୍ଦ୍ଧନ ପୂଜା କଲ ଯେଣୁ
କୋପ କଲା ଦେବରାଜା
ମୂଷଳ ଧାରାରେ ବରଷିଲା ଜଳ
ହନ୍ତସନ୍ତ ଗୋପ ପ୍ରଜା
ଗୋବର୍ଦ୍ଧନ ଧରି ଗୋପାଳେ ରଖିଲ
ବୋଲାଇଲ ଗିରିଧାରୀ।
ସପତ ଦିବସ ସପତ ରଜନୀ
ବରଷିଲା ଵାରୀ ଧାରା
ଇନ୍ଦ୍ର ରାଜା ଗର୍ବ ଗଞ୍ଜନ କଲ ହେ
କଳା କାହୁଁ ନନ୍ଦ ବଳା
ଗୋବିନ୍ଦ ନାମ କୁ ଦେଲେ ଦେବ ରାଜା
ଶ୍ରୀ ପଦେ ଜୁହାର କରି।
ଗର୍ବ ଗଞ୍ଜନ ଗିରିଧାରୀ।