Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Classics Others

4  

Chittaranjan Nanda

Abstract Classics Others

ମୋହ ରୁ ମୁକତି

ମୋହ ରୁ ମୁକତି

1 min
8



ଜୀବନର ଅନେକ ଗୁଡିଏ ଅନୁଭବର ଗାଥା

କହିବାକୁ ଇଛା, ବ୍ୟକ୍ତ ଆଉ ଅବ୍ୟକ୍ତ କଥା ।୧।


ହସିଛି ଖେଳିଛି ଖୁସିରେ ଅଧିର ବି ହୋଇଛି

ଦୁଃଖରେ ଥାଇ ମଧ୍ୟ ଅଥୟ ନହୋଇ ଚାଲିଛି ।୨।


ବହୁତ କଥା ମଧ୍ୟ ଜୀବନରେ ଅନୁଭବ କରିଛି

ସେହି ଅନୁଭବରୁ ଅନେକ ଶିକ୍ଷା ବି ପାଇ ଅଛି ।୩।


ଅନେକବାର ସମୟର ସ୍ରୋତରେ ଭାସି ଯାଇଛି,

ପ୍ରତିକୂଳ ଦିଗରେ ଯାଇ ସନ୍ତରଣ କରି ପାରିଛି ।୪।


ଜୀବନ ଆଉ କେତେ ଦିନ ଅଛି ତାହା ଜାଣେନା,

କିନ୍ତୁ ଆଖିରେ ସପନ ଗୁଡିକର ଶେଷ ତ ହୁଏନା ।୫।


ସତରେ ମନ ଆକାଶେ ରହିଛି ଖୁବ୍ ମୋହାଚ୍ଛନ୍ନ

ସେ ମୋହକୁ ପାଇବା, ଧ୍ୟାନରତ ତ ସଦା ମନ।୬।


ହୁଏନା କେବେ ଶେଷ, ହୋଇଲେ ବି ଜରାଜୀର୍ଣ୍ଣ

ସୃଷ୍ଟି କରେ ମନ ମଧ୍ୟରେ ଅନେକ ଅନେକ ପ୍ରଶ୍ନ? ।୭।


ଅବଶ୍ୟ ଏବେ ଭୁଲ୍ ଆଉ ଠିକ୍ କ'ଣ ବୁଝି ଅଛି

ମୋହର କବଳରେ କବଳିତ ହେବିନି ଭାବୁଛି ।୮।


ଅବଶ୍ୟ ମୋହରୁ ମୁଁ ଦୂରତ୍ୱ ରଖି ପାରିବି କି ନାହିଁ

ମନରେ ଘୂରି ବୁଲେ ସବୁ ଦିନ ଶୋଚନାରେ ରହି ।୯।



Rate this content
Log in

Similar oriya poem from Abstract