Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binay Mohapatra

Abstract

2.4  

Binay Mohapatra

Abstract

ହସ ଟିକ ପାଇଁ

ହସ ଟିକ ପାଇଁ

1 min
6.5K


ମୋ ପ୍ରିୟା ଓଠରେ ହସ ଟିକେ ପାଇଁ
ଚାନ୍ଦକୁ ମାଗିଲି, ଟିକେ ଜୋଛନା,
ମଳୟକୁ ମାଗେ ବାସନା ଟିକିଏ,
ଫୁଲକୁ ମାଗିଲି, ଟିକେ ସୁଷମା ।
ମୋ ପ୍ରିୟା ରୁଷିଛି ବୋଲି,
ଜାଣେନା କାହିଁକି ମାନ କରିଛି ସେ,
କେଉଁ କଥା କହି ଦେଲି ।

ମୁହଁକୁ ଶୁଖାଇ କୁମୁଦ କହିଲା,
କେତେ ରାତି ହେଲା ଆସିନି ଘର,
କୁମୁଦିନୀ ମୋର ଅଭିମାନ କରି,
ଚାହିଁ ବସିଥିବ ପଥ ମୋହର,
ଜୋଛନା ଯେତେକ ସାଇତି ରଖିଛି,
ତାକୁ ଦେବି ପ୍ରୀତି ଉପହାର ।

ମଥା ଦୋହଲାଇ କୁସୁମ କହିଲା,
ମହକ ନେଉଛି ମଳୟ ଚୋର,
ସୁଷମା ତୁମକୁ ଦେଇଦେବି ଯଦି,
କେମିତି ଖୋଜିବ ଭ୍ରମର ମୋର ।
ଜାଣିଛି ଭ୍ରମର ଲମ୍ପଟ ପ୍ରେମୀ,
ନୁହଁଇ ତ ସିଏ ଏକା ମୋହର,
ତଥାପି ତା ଛଡା ଆଉ କେହି
ନାହିଁ ପ୍ରେମିକ ମୋର ।

ମଳୟ ହସିଲା ପାଖକୁ ଆସିଲା,
ଚୁପି ଚୁପି କାନେ କହିଲା ମୋର,
ତୁମ ପାଇଁ ବନ୍ଧୁ ମହକ ଚୋରାଏ,
ପ୍ରେମ ପାଇଁ ନିଅ, ସବୁ ତୁମର ।
ମଳୟ ପରଶେ ପ୍ରିୟା ମୋ ହସିଲା,
ତା’ର ହସେ ମୋର ହସେ ସଂସାର ।


Rate this content
Log in

Similar oriya poem from Abstract