STORYMIRROR

Dr Susmita Dash

Abstract Inspirational Others

3  

Dr Susmita Dash

Abstract Inspirational Others

ଥକି ଯାଇଛି ଦୀପାବଳି ବିଶେଷାଙ୍କ

ଥକି ଯାଇଛି ଦୀପାବଳି ବିଶେଷାଙ୍କ

1 min
13.7K


ପାରିବ ଯଦି ଅପେକ୍ଷା କର,

ମୁଁ ଟିକିଏ ଥକି ଯାଇଛି।

ଜୀବନ ଟା ନୁହେଁ କୈାଣସି ପ୍ରତିଦ୍ୱନ୍ଦ୍ୱିତା 

କିମ୍ବା କ୍ରୀଡା ପ୍ରତିଯୋଗୀତା,

ସଦା ପରିବର୍ତ୍ତନଶୀଳ ସମୟ ସହିତ...

ତାଳରେ ତାଳ ମିଳାଉ ମିଳାଉ ,

ବୋଧେ ହୋଇଛି ମୁଁ ଧୈର୍ଯ୍ୟଚ୍ୟୁତ।

ଦର୍ଶାଇବାକୁ ଅପାର ପାରଦର୍ଶିତା ,

ସବୁ ଚରିତ୍ରରେ ଢାଳିହୋଇ....

ମୁଁ ଟିକିଏ ଥକି ଯାଇଛି।

ତଥାପି ପାରିନି କରି ପୂରଣ,

ପ୍ରତ୍ୟାଶା ପୂର୍ଣ୍ଣ ଭାବେ କାହାର,

ମିଳିଛି କେବେ କୋପ ତ ନିନ୍ଦା ମଧ୍ୟ...

ଚେଷ୍ଟିତ ରହିଛି , ରହିଥିବି

ଚାଲିବାକୁ କର୍ମପଥେ ମୋର।

ପାରଙ୍ଗମ ହେବାକୁ, ସମସ୍ତଙ୍କ ଖୁସିରେ

 ଖୋଜୁ ଖୋଜୁ ଶାନ୍ତି ଓ ଈଶ୍ୱର,

ମୁଁ ଟିକିଏ ଥକି ଯାଇଛି।

ଦୀପାବଳି ର ଦୀପ ପ୍ରଜ୍ୱଳନରେ,

ଜଳିଉଠୁ ସବୁ ଆନନ୍ଦର ସଳିତା...

ସ୍ୱର୍ଗ କେବଳ କେତୋଟି ଶ୍ୱାସର ଦୂରେ,

ଯଦି ଦୀପ୍ତ ହୁଏ ପ୍ରେମ ଓ ବିଶ୍ୱାସର ଆସ୍ଥା

ଘନ ଅନ୍ଧକାରର ବୁକୁ ବିଦୀର୍ଣ୍ଣ କରୁ କରୁ,

ମୋ ଅନ୍ତରର କୋହ ଦୀପର ଜ୍ୱଳନ ରେ

ଲୁଚାଉବାର ବୃଥା ଚେଷ୍ଟା କରୁ କରୁ,

ମୁଁ ଟିକିଏ ଥକି ଯାଇଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract