STORYMIRROR

Tapan Dixit

Abstract

3  

Tapan Dixit

Abstract

ଭାବ

ଭାବ

1 min
14.2K


ଭଵ ଭାବନାର ଅମଡା ବାଟର

ଭବହାଟ ବାଟୋଇ ମୁଁ

ଭାବି ଭାବି ଯାହା ମନକୁ ଆସିଲା

ଲେଖିଦିଏ ଯାଉ ଯାଉ।।

କେବେ ମୁଁ ଭୈରବ

କେବେ ଶ୍ୟାମ ଭାଵ

କେବେ ରାଇରାଇ ଗାଇ

ମନ ବୃନ୍ଦା ବନେ ଘୁରି ବୁଲୁଥାଏ

ଭାବରେ ବିଭୋର ହୋଇ,

କେବେ ପୁଣି ତୁମ ପ୍ରେମଋତୁ ସାଥେ

ରଚୁ ଥାଏ ମଧୁମାସ

ଋତୁଚକ୍ରେ ଲୀନ ହୋଇ ମୁଁ ତଲ୍ଲୀନ

ଭାବେ ଥାଏ ଭାବାବେଶ,

କେବେ ବା 'ବିଲୀନ'ସମାଧି ରେ ରହି

ହଂସ ଓ ପରମ ଦୁଇ

ମିଶାଇ ଦୁହିଁଙ୍କୁ ଯୋଗ ସାଧୁଥାଏ

'ପରମହଂସ' ମୁଁ ହୋଇ,

କେବେ 'ମହାକାଳ' 'ଜୁଇର ଅନଳେ

ଜଳି ପୁଣି ଜାଳୁଥାଇ

କେବେ ଶ୍ମଶାନର ଏକାନ୍ତ ସତ୍ୟରେ

ଶିବ ରୂପେ ଥାଏ ରହି ।।

ତପନ ଦୀକ୍ଷିତ (ବେଳାଭୂମି)୧୫.୧୦.୧୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract