STORYMIRROR

Chittaranjan Lenka

Inspirational Abstract Others

3  

Chittaranjan Lenka

Inspirational Abstract Others

ଭକତି ଲୁହ

ଭକତି ଲୁହ

1 min
13.4K


ଖାଲି ହାତେ କେହି ତୁମରି ଦୁଆରୁ

ଯାଇନାହିଁ କେବେ ଫେରି

ଏତେ ବଡ ସତ୍ୟ ବିଶ୍ଵାସ ହୁଏନି

ମନ ଆମର ଏପରି

ବିଶ୍ଵ ବ୍ରହ୍ମାଣ୍ଡର ଯିଏ ଅଧୀଶ୍ଵର

ଯା ପାଖେ ସବୁ ବିଭବ

କାହା ପାଇଁ ସିଏ ଏ ସବୁ ରଖିଛି

କାହାକୁ ସେ ଅବା ଦେବ?

ଦେବା ନେବା ଯଦି ବିଶ୍ଵର ନିୟମ

ଦେବାକୁ ତ କିଛି ହେବ

ମାଗିବାକୁ ଯଦି ଇଚ୍ଛା କରୁଅଛ

ଦେବା କଥା କିଛି ଭାବ

ଭକତି ଚିତ୍ତରେ ଆଖି ଲୁହ ଦେଇ

ପାଦ ତାର ଧୋଇ ଦିଅ

ଏତିକି ମାତର ଦେଇଦିଅ ତାକୁ

ମନ ଇଚ୍ଛା ମାଗିନିଅ

ଚିତ୍ତରଞ୍ଜନ ଲେଙ୍କା,କଟକ


এই বিষয়বস্তু রেট
প্রবেশ করুন

Similar oriya poem from Inspirational