STORYMIRROR

Rajesh Kumar Jain

Abstract

3  

Rajesh Kumar Jain

Abstract

କାନ୍ଦ

କାନ୍ଦ

1 min
13.5K


କାନ୍ଦ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

କିଏ ଖୁସି ପାଇଁ କାନ୍ଦୁଛି,

କିଏ ଦୁଃଖରେ କାନ୍ଦୁଛି,

କିଏ ମାୟା ପାଇଁ କାନ୍ଦୁଛି,

କିଏ ମାୟାରେ କାନ୍ଦୁଛି,

କିଏ ମୃତ୍ୟୁ ପାଇଁ କାନ୍ଦୁଛି,

କିଏ ଜୀବନ ପାଇଁ କାନ୍ଦୁଛି,

କିଏ ପ୍ରେମ ପାଇଁ କାନ୍ଦୁଛି,

କିଏ ପ୍ରେମ କରି କାନ୍ଦୁଛି,

କିଏ ପୁତ୍ର ପାଇଁ କାନ୍ଦୁଛି,

କିଏ ପୁତ୍ର ଥାଇ କାନ୍ଦୁଛି,

କିଏ ବାହା ହୋଇ କାନ୍ଦୁଛି,

କିଏ ବାହା ହେବା ପାଇଁ କାନ୍ଦୁଛି,

କି'ଏ ମନ ଭିତରେ କାନ୍ଦୁଛି,

କି'ଏ ବାହାରେ କାନ୍ଦୁଛି,

କିଏ ଜିତିବା ପାଇଁ କାନ୍ଦୁଛି,

କିଏ ହାରିକରି କାନ୍ଦୁଛି,

କାନ୍ଦ କ’ଣ ଜୀବନର ଅଜବ ଲୀଳା....

କିଏ ଭରସା ପାଇଁ କାନ୍ଦୁଛି,

କିଏ ଭରସା କରି କାନ୍ଦୁଛି,

କାନ୍ଦ ହିଁ ଜୀବନର ନିୟତି,

ଏହା ବିନୁ ନାହିଁ କିଛି ଗତି,

ଜୀବନଟା କ’ଣ ଜାଣିଛ ଭାଇ?

କାନ୍ଦୁଥା, ବାନ୍ଧୁଥା, ଚାଲୁଥା,

ଏହାହିଁ ଜୀବନର ସାରକଥା  ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Abstract