STORYMIRROR

Debasish Dikshit

Inspirational Others

3  

Debasish Dikshit

Inspirational Others

ମହୋତ୍ସବ

ମହୋତ୍ସବ

1 min
147

ମୃତ୍ୟୁ ତୁମେ ଆସିବ ଯଦି ଆସ 

କିନ୍ତୁ ଏତିକି କରିବ

ସ୍ଵଳ୍ପ ସମୟ ହେଉ ପଛେ 

ମୋତେ ପ୍ରାୟଶ୍ଚିତ ପାଇଁ ଦେବ,

ମୋ ଏନ୍ତୁଡ଼ିରୁ ସଜ୍ୟାଗ୍ରସ୍ତ ଅଭିମୁଖେ 

ଏ ସରଳ ଯାତ୍ରାରେ

ମୋ ପାପର ବିବରଣୀ ଦେବ।


ଜାଣେ ତୁମ ପାଇଁ କଠିନ ନୁହଁ 

କିନ୍ତୁ ହେ ମୃତ୍ୟୁ 

ପ୍ରତିବଦଳରେ ହେଉ ପଛେ ନର୍କ 

ମତେ ଠକି ନ ଦେବ,

ହୁଏତ ପ୍ରାୟଶ୍ଚିତ ଏକ ମିଛ ବାହାନା

ଜିଜ୍ଞାସା କେବଳ ପାପର ଗଣନା 

ଆତ୍ମା ଛାଡି ଗଲା ପରେ ପରେ 

ହେ ମୃତ୍ୟୁ କ୍ଷଣେ ବିଶ୍ରାମ ଟେ ଦେବ।


ସମୟ ଅନନ୍ତ ନ ହେଉ 

ଯଦି ହେଉ କିଛି କ୍ଷଣର ହେଉ 

ମୃତ୍ୟୁ ପୂର୍ବରୁ ମୃତ୍ୟୁର ହିଁ କାମନା ରହୁ,

ଅଭିଶପ୍ତ ନଗ୍ନ ଜୀବନ 

ହେ ମୃତ୍ୟୁ 

ଫୁଲ ପରି ଆୟୁଷଟେ ହେଉ।


ଦିନର ଅପରାହ୍ଣରେ ନୂଆ ସକାଳର ଇଚ୍ଛା କାହିଁକି? 

ତୁମ ବିନା ଶାନ୍ତିରେ ଶୋଇବାର ଭ୍ରମ କାହିଁକି !!

ତୁମେ ତ କୁହ ମୃତ୍ୟୁ ହିଁ ସୁଖମୟ ନିଦ୍ରା,

ତେବେ ଏ ସୁଖରହିତ ନିଦ୍ରା କାହିଁକି ?


ଏ ଆତ୍ମା କହେ ଅମରତ୍ବ ଅମରତ୍ବ ନୁହଁ 

ବାରମ୍ବାର ଜନ୍ମ କିପରି ସଂଯୋଗ

ତଥାପି କାହିଁକି ମୃତ୍ୟୁ 

ମୃତ୍ୟୁ ତୁମ ନାଁ?

ତେବେ କୁହ ଏ ଅଭିଶାପ କେଉଁ ଦେବତାର?

ଯଦି ଏତିକି ପାରିବ କରି 

ଆଜିଠୁ ମୋ ପାଇଁ ତୁମେ ଗୋ ମୃତ୍ୟୁ 

ମୃତକର ମହୋତ୍ସବ ହେଇ ରୁହ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational