STORYMIRROR

Debasish Dikshit

Fantasy Inspirational

4  

Debasish Dikshit

Fantasy Inspirational

ଉତ୍କଳର ସିନ୍ଧୁ

ଉତ୍କଳର ସିନ୍ଧୁ

2 mins
204

ବକ୍ଷ ଯା'ର ଶୋଭା ଚହଟେ ସଂସାର

ମୋହନୀୟ ଗୁଣ କିସେ

ଅମୃତ ଛିଞ୍ଚି କି ଉତ୍କଳ ଜନ୍ମିଛି

ବହୁ ବିଭବରେ ବାସେ।


କୋଟି ଜନ ପଦେ ମଉଡ଼ମଣି ଯେ

ବସିଛି ଯେ ରତ୍ନ ପିଠେ

ଦେଖୁଛି ସଂସାର କରିବ ସଂହାର

ପାପ ଦର୍ପ ଯେବେ ଫିଟେ।


ଭିନ୍ନରେ ଅଭିନ୍ନ ଆମ ଏ ଉତ୍କଳ

ଜାଣେ ବନ୍ଧୁତ୍ୱର ଭାଷା

ପଖାଳ କଂସାରେ ପେଟ ପୂରିଯାଏ

ନିତି ଦେଖେ ବଡ ଆଶା।


ନବଘନ ସୁନ୍ଦର ଅପୂର୍ବ ଶୋଭାର

ମଥାମଣି ପରି ଛାଏ

ଚାରୁ ଚିତ୍ରପଟ ଶାନ୍ତିର ଯେ ସ୍ତୁପ

ଦେଖିଲା ଜନକୁ ଭାଏ।

ଆଟୁଘର ଠାରୁ ଭାଗବତ ଟୁଙ୍ଗି

ସୌନ୍ଦର୍ୟାକର୍ଷିତ ଭାରି

କି ଶୋଭା ମଣ୍ଡିଛି ବଖାଣେ ଭୁବନ

ସତେ ଏ ଚିତ୍ରଲହରି।


କାଦମ୍ବିନୀ ଗର୍ଜେ ମହାହରସରେ

ଦେଖି ସୁରଭି ଅସ୍ଥିରେ

ମେଘନାଦ ଲାଗେ ଆହା ମନୋରମ

କେକି ଦେଖି ଯେବେ ନାଚେ।


ଶୁଭ୍ର ଚନ୍ଦ୍ରମାର ଶୁଭ୍ର ଜୋଛନା

ଆହା କି ସୁନ୍ଦର ଦିଶେ

ବନଜ୍ୟୋତ୍ସ୍ନା ଯେ ପତ୍ର ଆଢୁଆଳେ

ବିମୁଗ୍ଧ ଯେ ଆହା କିସେ।


ମହାପ୍ରସାଦ ଠୁ ରସଗୋଲା ଆହା

କେଡେ ରୁଚିକର ସତେ

ପାହାଡ ଝରଣା ରୂପର ଖଜଣା

ମଣ୍ଡନ କରିଛି ବକ୍ଷେ।

ତୁଳସୀ କ୍ଷେତ୍ର ଠୁ ଅର୍କକ୍ଷେତ୍ର ଯାଏଁ

ନିପୁଣ ଶୋଭାର ସିନ୍ଧୁ

କୋଣାର୍କ ଠୁ ପୁରୀ ଐତିହ୍ୟର ଗଢା

ଶୁଣି ହୁଏ ତା'ର ବନ୍ଧୁ।


ଓଡ଼ିଶୀ ତାଳରେ ନାଚେ ଯା ସଂସାର

ମୋର ଉତ୍କଳର ଭୂମି

ସେ କଳିଙ୍ଗ ପୁତ୍ର ଅତି ସ୍ୱାଭୀମାନୀ

ଇତିହାସେ ନାଁ ଜାଣି।


ବିପତ୍ତି କରାଏ ତାଣ୍ଡବର ଲୀଳା

ମଥା ଟିକେ ପୁଣି ଉଠେ

ଲୋଡି ନି କବେବି କାହାରି ସାହାର୍ଯ୍ୟ

ଉତ୍କଳ ଗାରିମା ଭୂକେ।


ଉତ୍କଳର ସିନ୍ଧୁ ନୁହଁ ଜଳ ବିନ୍ଦୁ

ପ୍ରକୃତି ଗାଏ ତା ଗୀତ

ସୁର ମିଳିଯାଏ ପରିବେଶ ଠାରୁ

ଝରାଏ ଅମୃତ ସେ ତ।


ନଜାଣେ ତପ ଯେ କେବେ କରିଥିଲି

ଜନମ ଉତ୍କଳେ ପାଇଁ

ଦେବି ଉତ୍କଳକୁ ଏପରି ସମ୍ବାଦ

ରହିବି ପ୍ରଦୀପ ହୋଇ।


Rate this content
Log in

Similar oriya poem from Fantasy