ସେ ବୋଉ
ସେ ବୋଉ
ଏକ ଶବ୍ଦ
କହିଦେଲେ ଅନନ୍ତ ଆନନ୍ଦର ସୁଅ ଛୁଟେ
ମୋ ସ୍ୱପ୍ନକୁ ସାକାର କରିବାର ପ୍ରଚେଷ୍ଟାରତ ଜାଦୁଗର
ଖୁସିର ଅନ୍ୟ ନା..... ସେ ବୋଉ।
ସ୍ୱପ୍ନକୁ ସାହାସର ଏକ ଜ୍ୱଳନ୍ତ ଉଦାହରଣ
ଅବୁଝା ଅଝଟିଆ ମନକୁ ଶାନ୍ତ କରୁଥିବା
ଝୁଣ୍ଟି ପଡୁଥିଲେ ମନେ ପଡୁଥିବା
ସ୍ୱପ୍ନର ଭାରସାମ୍ୟ ହରାଇଲେ
ଜୀବନର ପ୍ରତିଟି ପାଦରେ ମାନେ ପଡୁଥିବା ଦେବୀ
ସେ ପ୍ରହେଳିକା ନୁହଁ କେଉଁ ଗଳ୍ପର
ସେ ପଥପ୍ରଦର୍ଶକ ଏ ଅଣାୟତ ଜୀବନର।
ସ୍ନେହର ଏନ୍ତୁଡିଶାଳରୁ ସ୍ଵର୍ଗ ପ୍ରାପ୍ତି
ସାଗର ଜଙ୍ଗମ ଜିତିବାର ସାହାସ
ନୀତି ନୀତି ସତ୍ ମାର୍ଗରେ ଟାଣି ନେଉଥିବା
ଏ ପାର୍ଥର ଶ୍ରୀକୃଷ୍ଣ
ଶ୍ଲେଟରୁ ଜୀବନ ଦର୍ଶନ
ଭାଗ୍ୟ ଥାଉ ବା ନ ଥାଉ
ଭାଗ୍ୟବାନ୍ ବନେଇବାର ଶକ୍ତି..... ସେ ବୋଉ।
ବୋଉ
ଆତ୍ମାକୁ ତୃପ୍ତ କରୁ ଥିବା
ଅସରନ୍ତି ସୁଲୁସୁଲିଆ ବାଆ
ଜନ୍ମର କାରଣ ଅଜଣା
କିନ୍ତୁ ତା ଓଠରେ ହସ
ଜୀବନର ବୋଧେ ପ୍ରଥମ ଏବଂ ଶେଷ କାରଣ।
ତା କୋଳରୁ ଏ ପୃଥିବୀ
ଅପୂର୍ବ ସୌନ୍ଦର୍ଯ୍ୟଭରା ମନେ ହୁଏ
ସୁନ୍ଦରଠାରୁ ବି ବହୁତ୍ ସୁନ୍ଦର୍
ବସନ୍ତଠାରୁ ବି ବହୁତ୍ ମନୋଲୋଭା
ମମତା ଠାରୁ ଆକଟ ପର୍ଯ୍ୟନ୍ତ
ବୋଉ ସେ ସୁନ୍ଦରତ୍ୱର ଅସୀମ ସାଗର।
ଅଲିଭା ହୃଦୟର ପ୍ରତିଛବି
ନୀତି ନୀତି ଦେଖୁଥିବା
ମୋ ଅବୁଝା ମନକୁ ବୁଝିପାରୁଥିବା
ରାତିର ସେ ସ୍ଵପ୍ନ ଭରା ଜହ୍ନ ଆଉ ଦିନରେ ସାକାର କରୁଥିବା ସୂର୍ଯ୍ୟ
ସେ..... ବୋଉ।
