STORYMIRROR

Debasish Dikshit

Inspirational Others

4  

Debasish Dikshit

Inspirational Others

ମୃତ୍ୟୁ ମରୀଚିକା।

ମୃତ୍ୟୁ ମରୀଚିକା।

1 min
17

କବିତାର ପ୍ରତିଟି ଶବ୍ଦକୁ 

ଜୀବନର ଅସଜଡା ବହି ଥାକ କରି

କବିତାରୁ କେବେ ଜୀବନର ରାଗ 

କେବେ ମୃତ୍ୟୁର ରାଗ ଛିଡେ,

ଗଣତି କରୁ କରୁ ସ୍ମୃତିର ସିନ୍ଦୁକ ଖୋଜାପଡେ

କୋଷ ଦୂରେ ଥିବା ପୃଥିବୀ ଟା 

ମାଡ଼ିଆସେ ସିନ୍ଦୁକରେ ସାଇତା ହେବା ପାଇଁ 

ହାରିଯାଇ ଜୀବନଠୁ 

ଅଦିନିଆ ମେଘ ଲୁଚକାଳି ଖେଳେ।


ମାଟି ଗଢୁ ଗଢୁ

କାହା ପାଇଁ ଖେଳଣା ହେଇହୁଏ 

ନଚେତ୍ କାହା ପାଇଁ ଭଗବାନ 

କେବେ ସାଇତା ହୁଏ

କେବେ ପାଣିରେ ଭସାଇ ଦିଆ ହୁଏ 

କେବେ ଯିଏ ଜୀବନ ଦେଇ ଥିଲା 

ସେ ଆଜି ଜୀବନ ଛଡାଇ ନେଇଯାଏ।


ବନ୍ଧ ଡେଇଁ ସମୁଦ୍ରେ ସ୍ବପ୍ନକୁ କୋଳେଇ ନେଇ

ଅଗଭିର ମରୀଚିକାରେ ବୁଡ଼ି ଯାଏ 

ଢେଉ ଭରଷାରେ ଜିଇଁବାର ଇଚ୍ଛା ହରେଇବସେ,

ଲହଡ଼ି ଭାଙ୍ଗିବାର ପ୍ରୟାସରେ 

ଜୀବନର ବାଲିଘର ଉଜୁଡ଼ିଯାଏ

କାଲିର ହାତ ମୁଠାରେ ଜୀବନ ଟିକକ

ଛଳ ଛଳ ହୋଇ ହାତରୁ ଖସିପଡେ

ମିଶି ଯାଏ ମାଟିର ସେ ଶୀତଳ ସ୍ପର୍ଶରେ 

ଇଚ୍ଛା ହୁଏନାହିଁ ପୁନଶ୍ଚ ଫେରିବାରେ।


ଏକ ଭୁଲର ଶେଷ ଖୋଜୁ ଖୋଜୁ 

ନୂଆ ଅତୀତର ଅଭିଶପ୍ତ କଳଙ୍କକୁ ବୋଳି

ସମୟଠୁ ହାରିଯାଏ,

ଛିଡା ସୁତା ଖିଅକୁ ହାତ ଗଣ୍ଠି ପକେଇ ପକେଇ 

ନିଜେ ଛନ୍ଦି ହୋଇ ରହିଯାଏ 

ମଲାଜହ୍ନକୁ ଡରି

ନିଜ କବଳରୁ ନିଜକୁ ମୁକ୍ତ କରିବାକୁ ଚାହେଁ।


କେଇଟା ରଙ୍ଗ ବେରଙ୍ଗିଆ କଳା ଦେଖେଇ 

ସେ ରଙ୍ଗରେ ନିଜକୁ ଲୁଚେଇ ଦିଏ

ନିଜକୁ ନିଜେ କିଛି କ୍ଷଣ ଖୋଜିବାର ଆଶାରେ 

ତୀବ୍ର ବେଗରେ ବହିଯାଉଥିବା ପବନ ଧକ୍କା ଦେଇ ଚାଲେ 

ଗଳି ପଡି ଉଠି ସଂସାର ବାନ୍ଧୁ ବାନ୍ଧୁ 

ସମୟ ଠୁ ବେଶ ପଛରେ ରହିଯାଏ

ବାକି ରହିଯାଏ କେବଳ 

ମଶାଣିକୁ ଦେଖିରହି ନିଜକୁ ଖୋଜି ପାଇବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational