Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଆଜି ଦୀପାବଳି

ଆଜି ଦୀପାବଳି

1 min
155


ଆଜି ଦୀପାବଳି ଫୁଟାଇବନାହିଁ ବାଣ l

ବାଣ ଫୁଟାଇଲେ ବଢିଯିବ ପ୍ରଦୁଷଣ ll

ପ୍ରଦୁଷଣ ବଢ଼ି ନାଶ ହେବ ପରିବେଶ l

ପରିବେଶ ନାଶ ଜାଣ ପୁଣି ସର୍ବନାଶ ll

ବିଷମୟହେବ ବାୟୁ ବୃଷ୍ଟି ନହୋଇବ l

ଜଳ ବିନୁ ଜୀବ ନାଶ ସୃଷ୍ଟି ନାଶଯିବ ll

ଦିନୁ ଦିନ ବଢ଼ିଲାଣି ମହୀରେ ଉତ୍ତାପ l

ଋତୁ ଚକ୍ରେ ବିସମତା ବଢ଼ଇ ସନ୍ତାପ ll

ଈଶ୍ବରଙ୍କ ସୃଷ୍ଟି ଖଞ୍ଜା ସମସ୍ତ ବ୍ୟବସ୍ଥା l

ଡାକି କିଆଁ ଅଣାଇବା ଆମରି ହିନସ୍ତା ll

ଦୀପକପରବେ ଆଜ ଜୟକାଳି ପୂଜ l

ମନଦେଇ ସତ କି ଅସତ ଏହା ବୁଝ ll

ଦୀପାବଳି ଆଜ ନଫୁଟିବ ଆଉ ବାଣ l

ବାଣ ଖର୍ଚ୍ଚରେ କରିବା ଅନ୍ନବସ୍ତ୍ର ଦାନ ll

ରକେଟମାରିବା କିସ ପ୍ରୟୋଜନ ଅଛି l

ଚନ୍ଦ୍ରଯାନ ଆମ ଯାଇ ଚନ୍ଦ୍ରେ ପହଞ୍ଚିଛି ll 

ବଡ଼ବଡ଼ୁଆ ହେ ଆସ ଅନ୍ଧାରରେ ଆସ l

ଅଜ୍ଞାନ ନାଶି ଆଲୁଏ ଯାଅ ନିଜ ବାସ ll

              


Rate this content
Log in

Similar oriya poem from Inspirational