Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ananga Patel

Inspirational

3  

Ananga Patel

Inspirational

ଦୀପାଳି

ଦୀପାଳି

1 min
116



କାର୍ତ୍ତିକ ମାସର ପୁଣ୍ୟ ଅମାବାସ୍ୟା

  ଦେବ ଦୀପାବଳି ନାମେ ।

ଅନାସକ୍ତ ଭାବ ନେଇ ପାଳିଥା'ନ୍ତି

  ମୋହ ରୂପୀ ଧରାଧାମେ l

ମନରେ ନଥାଏ କାମନା ବାସନା

  ଅବା ଆସକ୍ତିର ଭାବ l

ଅଜ୍ଞାନ ଅନ୍ଧାର ହୋଇଯାଇ ଦୂର

  ଜ୍ଞାନଦୀପ ବିସ୍ତାରିବ l

ଘୃଣା ହିଂସା ରୂପୀ ଘନ ଅନ୍ଧକାରେ

  ପ୍ରେମର ଦୀପ ଜଳାଇ l

ମାନବ ମାନସେ ଭରିଦେବା ଆସ

  ସର୍ବେ ଆମେ ଭାଇ ଭାଇ l

ପ୍ରାଣରୂପୀ ଅନ୍ନ ବିଲରେ ଖେଳଇ

   ସୁନାର ଫସଲ ହୋଇ l

ମହାଲକ୍ଷ୍ମୀଙ୍କର ସ୍ୱାଗତ କରନ୍ତି

   ଦୀପ ଜାଳି ଚାଷୀ ଭାଇ l

ବୈକୁଣ୍ଠ ପୁରୀରେ ଲକ୍ଷ୍ମୀନାରାୟଣ

  ବିବାହ ଉତ୍ସବ ନେଇ ।

ସର୍ବ ଦେବଗଣ ଉତ୍ସବ ପାଳିଲେ

  ଘରେ ଦୀପ ଜାଳିଦେଇ ।

ରାବଣ ବିନାଶି ପ୍ରଭୁ ରାମଚନ୍ଦ୍ର

  ଫେରିଲେ ଅଯୋଧ୍ୟା ପୁରୀ l

ପ୍ରଭୁଙ୍କ ସ୍ଵାଗତେ ଝଲସି ଉଠଇ

  ଦୀପେ ଅଯୋଧ୍ୟା ନଗରୀ l

ସେହିଦିନ ଠାରୁ ଏହି ବିଶ୍ୱବାସୀ

  ଦୀପକୁ ପ୍ରେମେ ଜଳାଇ l

ଦେବ ଦୀପାବଳି ନାମରେ ପାଳନ୍ତି

  ଲକ୍ଷ୍ମୀଙ୍କ ଆଶିଷ ପାଇଁ l




Rate this content
Log in

Similar oriya poem from Inspirational