STORYMIRROR

Ghanashyam Jena

Inspirational

4  

Ghanashyam Jena

Inspirational

ଅବନା ଜଣାଣ(ଆହେ ଦୟାମୟ.ବୃତ୍ତେ)

ଅବନା ଜଣାଣ(ଆହେ ଦୟାମୟ.ବୃତ୍ତେ)

1 min
339


ବରଜ ନବର ଧବ ନନ୍ଦନ,

ତବ ଚରଣ କରଇ ବନ୍ଦନ।୧।

ବନଜ ବଦନ କର ମଙ୍ଗଳ,

ବନଦ ବରନ କର ସଫଳ।୨।

ନବ ନଟବର ନନ୍ଦନନ୍ଦନ,

ନବ ଜଳଦ ତବ ଅପଘନ।୩।

ମଙ୍ଗଳ ମୟ ଅମଙ୍ଗଳ ହର,

କର ସଫଳ ନର ଜନମର।୪।

ଭକତ ବଛଳ ଅଭୟ ପଦ,

ଝରଇ ମକରନ୍ଦ ଗଦ ଗଦ।୫।

ରଙ୍କର ରତନ ଭକତ ଧନ

ସକଳ ଘଟର ଅଟ ରମଣ।୬।

ମନନ କର ଚରଣ କମଳ                 

କର ହରଣ ସଙ୍କଟ ସକଳ।୭।

ନବ ଅମଳ କମଳ ଚରଣ,

ଭବ କଳମଷ କର ହରଣ।୮।

ଗରବ ଗଞ୍ଜନ ଭୟ ଭଞ୍ଜନ

ଭକତ ଜନଙ୍କ ମନ ରଞ୍ଜନ।୯।

ସଦନ କଳପ ବଟ,ତଟର                 

ତବ ଦରଶନ ସଙ୍କଟ ହର।୧୦।

ଭବଭୟହର ବରଦହସ୍ତ

ହର ଜଗତର ଭୟ ସମସ୍ତ।୧୧।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational