ଅମୂଲ୍ୟ ଏ ମଣିଷ ଜନ୍ମ
ଅମୂଲ୍ୟ ଏ ମଣିଷ ଜନ୍ମ
ଜୀବନଟା ଏକ ଭସା ବାଦଲଟେ
ପବନରେ ଖାଲି ଧାଏଁ
ମଙ୍ଗୁଆଳ ହୋଇ ମଙ୍ଗ ନଧରିଲେ
ଅକାଳରେ ଝରିଯାଏ।
ମାୟା ମରୀଚିକା ଏ ଜୀବନର ପଥ
ସମସ୍ତେ ମାୟାରେ ବାୟା
ତୁଟିଲେ ସପନ ଆସଇ ସକାଳ
ସବୁ ପୁଣି ହୁଏ ନୂଆ ।
ବଞ୍ଚିବା ନୁହଁଇ ଜୀବନର ଅର୍ଥ
ଯେଉଁଠାରେ ଥାଏ ସ୍ୱାର୍ଥ
ପର ଉପକାରେ ଲାଗିଲେ ଜୀବନ
ମିଳିଯିବ ପରମାର୍ଥ ।
ସବୁଦିନ ନଥିବ ପୂନେଇ ରାତିଟା
ଆସିବ ତ ଦିନେ ଅମା
ପୂଣ୍ୟ ର ତରୀରେ ନାବିକ ହୋଇଲେ
ଦୁଃଖ ରହିବନି ଯମା ।
ବିଶ୍ୱାସ ଛାଇରେ ଭେଟିବାକୁ ହେବ
ଅବିଶ୍ୱାସ ର ଋଦ୍ଧ ଦ୍ୱାର
ମନ ଅଳନ୍ଧରୁ ଝାଡିବାକୁ ହେବ
ଲୋଭ ଆଉ ଅହଂକାର ।
ସହିବାକୁ ହେବ ନୀରବତା କିଛି
ଯେତେ ଲମ୍ବା ହେଉ ରାସ୍ତା
ସ୍ନେହ ଆଲିମ୍ଫନେ ମାପିବାକୁ ହେବ
ଅନ୍ୟ ହୃଦୟର ନୀରବତା।
ତେବେ ଯାଇ ବନ୍ଧୁ ସାର୍ଥକ ହୋଇବ
ଆମ ଏ ଅମୂଲ୍ୟ ମଣିଷ ଜନ୍ମ
ମରିଗଲା ପରେ ଅମର ରହିବ ଅନ୍ୟ
ହୃଦୟରେ ସବୁଦିନ ।