STORYMIRROR

Ghanashyam Jena

Inspirational

4  

Ghanashyam Jena

Inspirational

ବିଶ୍ଵକର୍ମା ପୂଜାଘନଶ୍ୟାମ ଜେନା

ବିଶ୍ଵକର୍ମା ପୂଜାଘନଶ୍ୟାମ ଜେନା

1 min
385


ଜୟ ଜୟ ବିଶ୍ଵକର୍ମା, ବିଶ୍ଵ ବିନ୍ଧାଣୀ

ସୁନ୍ଦର ବିଶ୍ୱବ୍ରହ୍ମାଣ୍ଡ, ରଚିଲ ପୁଣି।


କନ୍ୟା ସଂକ୍ରାନ୍ତିରେ,ବ୍ରହ୍ମଦେବଠୁ ଜନ୍ମ

ଜନମ ଦିନରେ କରେ କୋଟି ପ୍ରଣାମ।


ରଚିଲ ଚତୁର୍ଦ୍ଧାମୂର୍ତ୍ତି, ନୀଳାଚଳରେ         

 ଲକ୍ଷ୍ମୀଙ୍କ ମନ୍ଦିର ତୋଳି ସମୁଦ୍ରତିରେ।


ବିରଚିଲ ଇନ୍ଦ୍ରପୁରି, ନନ୍ଦନବନ

କୁବେର ନିମନ୍ତେ ପୁର, ପୁଷ୍ପକଯାନ।


ହରିନେଲା ରାବଣ, ସେ ସୁବର୍ଣ୍ଣପୁର

ପୁଷ୍ପକବିମାନ ସହ,ଧନ ଅପାର।


ତୋଳିଲ୍ ହସ୍ତିନାପୁର, ପୁର ଦ୍ୱାରିକା ,

ଖାଣ୍ଡବବନେ ରଚି, ଇନ୍ଦ୍ରପ୍ରସ୍ଥ ଏକା ।


ସକଳ ଶିଳ୍ପୀ କୁଳର ଆରାଧ୍ୟ ତୁମେ,

ପୂଜନ କରନ୍ତି ଆଜି ଯଥା ବିଧାନେ।


ଯେତେ ସକଳ କଳ କାରଖାନା ମାନ

କରନ୍ତି ପୂଜନ ହୋଇ ହରଷ ମନ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational