STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ବର୍ଷା ସହ କିଛି ସ୍ମୃତି

ବର୍ଷା ସହ କିଛି ସ୍ମୃତି

1 min
299

ଜଗତ କଲ୍ୟାଣେ ଆଗମନ ବର୍ଷା


କରେଟି ଶୀତଳ ଭୂମି,


ଆନନ୍ଦରେ ମନ ପ୍ରଫୁଲ୍ଲିତ ହୁଏ


ଜଳପୂର୍ଣ୍ଣ ହୁଏ ଭୂମି।୧।


ଦିଏ ସ୍ମୃତି ଜନେ ଜନକଲ୍ୟାଣର


ଜନସେବା ପ୍ରତି ମନ୍ତ୍ର,


ଜଳ ହିଁ ଜୀବନ ମନୁଷ୍ୟଙ୍କ ପାଇଁ


ଦିଏ ବର୍ଷା ସ୍ମୃତି ମନ୍ତ୍ର।୨।


ଫସଲ ନିମନ୍ତେ ଜଳ ଆବଶ୍ୟକ


ପୂର୍ଣ୍ଣ କରେ ବର୍ଷା ତହିଁ,


କୃଷକ ମଙ୍ଗଳେ ବର୍ଷାର ଉତ୍ପତ୍ତି


ପ୍ରଭୁଙ୍କ ଭିଆଣ ଯହିଁ।୩।


ଘଡଘଡି ସଙ୍ଗେ ବର୍ଷା ଆଗମନ


କମ୍ପୀ ଉଠୁଥାଏ ମହି,


ବିଜୁଳି ଚମକେ ଚମକି ଉଠେଟି


ଶୁନ୍ୟ ଯାତାୟତ ମହି।୫।


ଜନକଲ୍ୟାଣରେ ଆଷାଡ଼ ଶ୍ରାବଣ


ଜଳମଗ୍ନ ହୁଏ ଭୂମି,


କୃଷକ ମନରେ ଆନନ୍ଦ ଅପାର


ସବୁଜ କ୍ଷେତ୍ରର ଭୂମି।୬।


ବର୍ଷା ହିଁ କରେଟି ସଶ୍ୟ ଶ୍ୟାମଳର


ଭୂମି ଏହୁ ଧରା ମଧ୍ୟେ,


ପ୍ରଭୁଙ୍କ ଭିଆଣ ଜୀବଙ୍କ କଲ୍ୟାଣେ


ତାଙ୍କ ସୃଷ୍ଟି ପୃଥି ମଧ୍ୟେ।୭।


ସବୁ କିଛି ସୃଷ୍ଟି ଏ ଭୁମଣ୍ଡଳରେ


ବର୍ଷା ଶୀତ ଗ୍ରୀଷ୍ମ ଖରା,


ଜନକଲ୍ୟାଣର ସ୍ମୃତି ଦେଉଥାନ୍ତି


ସୁର୍ଯ୍ୟ ଚନ୍ଦ୍ର ଇନ୍ଦ୍ର ତାରା।୮।


ଅପୂର୍ବ ସଂସାର ପ୍ରଭୁଙ୍କ ରଚନା


ଜନହୀତେ ସବୁକିଛି,


ଜୀବଙ୍କ କଲ୍ୟାଣେ ରଚନା ତାଙ୍କର


ସ୍ମୃତି ମଧ୍ୟେ ସବୁକିଛି।୯।


ଜଗତ କଲ୍ୟାଣେ ଆଗମନ ବର୍ଷା


କରେଟି ଶୀତଳ ଭୂମି,


ଆନନ୍ଦରେ ମନ ପ୍ରଫୁଲ୍ଲିତ ହୁଏ


ଜଳପୂର୍ଣ୍ଣ ହୁଏ ଭୂମି।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational