STORYMIRROR

Satyabati Swain

Inspirational

4  

Satyabati Swain

Inspirational

ବାପଘର

ବାପଘର

1 min
290

ମୁଁ ଇନ୍ଦ୍ର ଭୁବନରେ ରହିଛି

ଗୋଟିଏ ହୃଦୟ ସିଂହାସନର

ଅଧୀଶ୍ଵରୀ

ଯାହା ଇନ୍ଦ୍ର ପଦଠୁ ବି

ବଡ଼,ଗରିମାମୟ।।


ତେବେ ବି ମନ ଝୁରେ ସେଇ ଘର

ଯେଉଁଠି ବହଳ ଅନ୍ଧାର

ମେଞ୍ଚା ମେଞ୍ଚା ଅଭାବ

ଭଙ୍ଗା ଭଙ୍ଗା ସ୍ୱପ୍ନ

ବଢିଲା ବୟସର

ନଇଁଲା ଭବିଷ୍ୟତ

ସବୁବେଳେ ଘାରୁ ଥାଏ।।


ଫଟା ଚିରା ପଣତରେ

ମନଭର୍ତ୍ତି ଆଞ୍ଜୁଳା ଆଞ୍ଜୁଳା 

ନିଆରା ସରାଗ

ସେହ୍ନଶିକ୍ତ ମମତାର ସ୍ପର୍ଶ

ଯେଉଁ ମାଟିର ସରଗରେ କଟିଛି

ପଚିଶି ବସନ୍ତର

କୋଟି କୋଟି ଛାପ।।


ଯେଉଁଠି ସାଇତା ହୋଇ ରହିଛି

ଗଦା ଗଦା ଅନୁଭୂତି ଓ ଅନୁରାଗର ରଙ୍ଗ

ଅନୁଭବ, ଉପଲବ୍ଧିର ମହକ

ଯେଉଁ ମହଲରେ ରହିଛି

କେବଳ ଦେବାର ଶପଥ

ବୋଉର ସଜ ପଖାଳ ସାଙ୍ଗକୁ

ଆଳୁ ଚକଟା ବଡ଼ିଚୁରା

ଗରମ ଗରମ ମାଛ ଭଜା ଫାଳ ପିଆଜ

ଏବଂ କଞ୍ଚା ଲଙ୍କା ସ୍ୱାଦ।।


ଲାଲ ଟପ୍ ଟପ୍ ଖସେ

 ବୋଉ ହାତ ଭ୍ରୁସଙ୍ଗ ପତ୍ର ସହ

 କଞ୍ଚା ଲଙ୍କା ପିଆଜରେ

ପ୍ରସ୍ତୁତ ବାସି ଚକୁଳି ଲୋଭରେ,

ସୃଷ୍ଟିର ଯେଉଁ କୋଣେ ରହିଲେ

ଯାହା ବି ହେଲେ

ମନ ପଡେ ସେଇ "ବାପ ଘର"

ମମତାର ମଜଭୁତ ଚଟାଣ

ମର୍ତ୍ତ୍ୟର ସ୍ୱର୍ଗ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational