Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational

4  

Bauribandhu Lenka

Inspirational

ପିତାଙ୍କ ଶିକ୍ଷା

ପିତାଙ୍କ ଶିକ୍ଷା

1 min
333



ସନ୍ତାନ ନିମନ୍ତେ ପିତାର ଭୂମିକା

କହି ହୁଏନାହିଁ କଥାରେ 

ସରବେ ଜାଣନ୍ତି ପିତାଙ୍କ ମହତ୍ତ୍ୱ

ସବୁରି ଜୀବନ ପଥରେ ।


ପିତାଙ୍କର ଦାନ ସନ୍ତାନ ପାଇଁକି

ସଦା ସଦା ଅତୁଳନୀୟ

ଯେତେ ସୁଝିଲେ ବି ସୁଝି ହୁଏନାହିଁ

ରହିଥାଏ ଅପୂରଣୀୟ ।


ପିତାଙ୍କ ଠାରୁ ମୁଁ ପାଇଛି ସଂସ୍କାର

ହେବା ପାଇଁ ଭଲ ମଣିଷ

ଜୀବନେ ମୁଁ ତାହା ଉପଯୋଗ କରି

ଲଭିଅଛି ଆତ୍ମବିଶ୍ୱାସ ।


ଦିନେ ଥିଲି ପୁତ୍ର ଆଜି ମୁହିଁ ପିତା

ପାଳିଛି ପିତାର ଧରମ

ମୋ ପିତାଙ୍କ ଶିକ୍ଷା ଦେଇଅଛି ଦୀକ୍ଷା

କରିବାକୁ ଉଚିତ କର୍ମ ।


କିଶୋରେ ବୟେସେ ହରାଇଲି ପିତା

ଜାଣେ ସେ ତିକ୍ତ ଅନୁଭବ

ସେଥିପାଇଁ ପିଲାଙ୍କୁ ମୁଁ ଦେଇନାହିଁ

କେବେ ବି ପିତାର ଅଭାବ ।



Rate this content
Log in

Similar oriya poem from Inspirational