STORYMIRROR

BHABAGRAHI TRIPATHY

Inspirational

4  

BHABAGRAHI TRIPATHY

Inspirational

ଭାଷାର ନିଶାଣ

ଭାଷାର ନିଶାଣ

1 min
341


ଏହି ଓଡିଶା  ଆମ ଜନମ ଭୂଇଁ

ଏ ଉତ୍କଳ ଆମ ମାଆ

ସଂସ୍କୃତି ଐତିହ୍ୟ ନୀତି ପରମ୍ପରା

ଵହେ ଏଠି ପ୍ରେମ ବାଆ ।

ସବୁଠୁଁ ମଧୁର ମୋର ମାତୃଭାଷା 

ଜାଣିଛି ଜଗତ ସାରା  

ଆମ କଳା କୃତି ବିଶ୍ବରେ ବିଖ୍ୟାତ

ଗୁଞ୍ଜରିତ ହୁଏ ପରା ।

ଉତ୍କଳ ମାତାର ଆହ୍ବାନରେ ଦିନେ

ସଜାଗି ଉଠିଲେ ବୀର

ଗୋପବନ୍ଧୁ ସଙ୍ଗେ ରାଧାନାଥ ପୁଣି

ମଧୂବାଵୁ  ଗଙ୍ଗାଧର ।

ସେନାପତି ହୋଇ ଫକୀରମୋହନ

ଚଳାଇ ଭାଷା ନିଶାଣ

ମାନ ଅଭିମାନ  ଦେଇ ବଳିଦାନ

ସହିଲେ ବହୁ କଷଣ ।

ରଖିଦେଲେ ମାନ ଆଣିଲେ ସମ୍ମାନ

ଓଡ଼ିଶା ହୋଇଲା ଧନ୍ୟ

ନିଜ ମାତୃଭାଷା ଦେଲେ ଉଚ୍ଚ ସ୍ଥାନ

ମାଟିକୁ କରିଲେ ଧନ୍ଯ ।

ଆମେରେ ଓଡିଆ ଗରବେ କହିବା

ଉତ୍କଳ ମୋ  ଜନ୍ମ ଭୂଇଁ

ଉତ୍କଳ ମାତାର  ମାନକୁ  ରଖିବା

ଓଡ଼ିଆଟେ ଆମେ ହୋଇ ।

ପ୍ରତି ହୃଦୟରେ  ଝର ଝର ଝରୁ

ଭାଷା ପ୍ରେମ ମନ୍ଦାକିନୀ

ରକ୍ତ କଣିକାର  ପ୍ରତିଟି ବିନ୍ଦୁରେ 

ଫୁଟୁ ଭାଷା କମଳିନୀ।

ଭାଷାପ୍ରେମବହ୍ନି ଜଳାଇଦେବା ଯେ

ଜାତି ଭେଦ  ଭୁଲି ଯାଇ

ଭାଷାର ପ୍ରସାର ଉନ୍ନତି ହେବ ଯେ

ଭାଷା ପ୍ରୀତି ହେଲେ ଯାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational