Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BHABAGRAHI TRIPATHY

Others

3  

BHABAGRAHI TRIPATHY

Others

ମାଆଙ୍କ ନବରାତ୍ର ପୂଜା

ମାଆଙ୍କ ନବରାତ୍ର ପୂଜା

1 min
197



ଶରତ ଋତୁର ଆଗମନେ ଆଜି

ଧରା ଉତ୍ସବ  ମୁଖର,

ଦୁର୍ଗତି ନାଶିନୀ ପୂଜା ପାଇଁ ଆଜି

ସର୍ବେ ଆଜି ତତ ପର ।


ଧରଣୀ ବକ୍ଷରୁ ରାକ୍ଷସ ବିନାଶୀ

ପାପକୁ  କରିବେ ଦୂର,

ନବରାତ୍ରି ପୂଜା ଆଜ କରିଥିଲେ 

ଲଙ୍କାରେ ଯେ ରଘୁବୀର ।


ଦେବୀଙ୍କୁ ଆରାଧି ମାତୃକୃପା ଲଭି

ପାପର କରିଲେ କ୍ଷୟ,

ନଅଦିନ ଧରି ଭିନ୍ନ ଭିନ୍ନ ରୂପେ

ପୂଜିଥିଲେ  ରଘୁଵୀର ।


ପ୍ରଥମ ଦିନରେ ପୂଜିଥିଲେ ପ୍ରଭୁ

ମାତା ଶୈଳପୁତ୍ରୀ ରୂପେ,

ଦ୍ଵିତୀୟ ଦିନରେ ପୂଜିଥିଲେ ପ୍ରଭୁ

ମା ବ୍ରହ୍ମଚାରିଣୀ ରୂପେ ।


ତୃତୀୟ ଦିନରେ ପୂଜିଥିଲେ ପ୍ରଭୁ

ମାତା ଚନ୍ଦ୍ରଘଣ୍ଟା ରୂପେ,

ଚତୁର୍ଥ ଦିନରେ ପୂଜିଥିଲେ ପ୍ରଭୁ

ମାତାଙ୍କୁ କୁଷ୍ମାଣ୍ଡା ରୂପେ ।


ପଞ୍ଚମ ଦିନରେ ପୂଜିଥିଲେ ପ୍ରଭୁ

ମାତା ସ୍କନ୍ଧମାତା  ରୂପେ,

ଷଷ୍ଠ  ଦିନରେ  ପୂଜିଥିଲେ ପ୍ରଭୁ

ମାତା କାତ୍ୟାୟିନୀ ରୂପେ ।


ସପ୍ତମ ଦିନରେ  ପୂଜିଥିଲେ ପ୍ରଭୁ

ମାତା କାଳରାତ୍ରୀ ରୂପେ,

ଅଷ୍ଟମ ଦିନରେ  ପୂଜିଥିଲେ ପ୍ରଭୁ

ମାତା ମହାଗୌରୀ ରୂପେ ।


ନବମ ଦିନରେ  ପୂଜିଥିଲେ ପ୍ରଭୁ

ମାଆ ସିଦ୍ଧିଦାତ୍ରୀ ରୂପେ,

ନଅଦିନ  ଧରି  ଦର୍ଶନ  ଦିଅନ୍ତି

ନଅ ଗୋଟି ଭିନ୍ନ ରୂପେ ।


ନବରାତ୍ରୀ ପୂଜା ଆରମ୍ଭ ହୋଇଲା 

ଉତ୍ସବ ମୁଖର ହୋଇ,

ମା ସିଂହ ବାହିନୀ ପୂଜା ପାଉଛନ୍ତି 

ନଅଗୋଟି ନାମ ନେଇ ।


ନବରାତ୍ରେ ମାଗୋ ନଅ ରୂପ ଧରି

ମରତେ ଆସ ମା ବୁଲି,

ସୁଖ ଶାନ୍ତି ଦିଅ ମନୁଷ୍ୟ ଜୀବନେ

ଅନୀତି ଯାଉ ସେ ଭୂଲି ।


ଘରେ ଘରେ ଆଜି ଆନନ୍ଦ ଉତ୍ସହ 

ମାଆଙ୍କର ପୂଜା ପାଇଁ,

ଆବିର୍ଭାବ ହେବେ ଦେବୀ ଦଶଭୁଜା 

ସଭିଏଁ ଅଛନ୍ତି ଚାହିଁ ।


ଅଷ୍ଟଭୁଜା  ଧାରୀ  ମହିଷାମର୍ଦ୍ଦିନୀ       

ତେଜସ୍ୱିନୀ ନାମ ଵହି,

ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଯେ ମାଆ

ଶରତେ ଆସିଣ ମହୀ ।


ନବରାତ୍ର ଯିଏ  ଭକ୍ତିରେ କରଇ

ସୁଦୟା ହୁଅନ୍ତି ମାଆ,

ରୋଗଶୋକ ସବୁ ଦୂର କରିଥାନ୍ତି

ଭକ୍ତକୁ ହୁଅନ୍ତି ସାହା ।


ମହିଷା ମର୍ଦ୍ଧିନୀ  ତ୍ରିଶୂଳ ଧାରଣୀ

ମୁକ୍ତି ପ୍ରଦାୟିନୀ ମାଆ,

ଆସ  ଅବତରି  ଏ ଧରାଧାମକୁ

ଗୁହାରୀ କରୁଛି ମାଆ ।


 


Rate this content
Log in