STORYMIRROR

BHABAGRAHI TRIPATHY

Inspirational

3  

BHABAGRAHI TRIPATHY

Inspirational

ଦେଵ ଶିଳ୍ପୀ ବିଶ୍ଵକର୍ମା

ଦେଵ ଶିଳ୍ପୀ ବିଶ୍ଵକର୍ମା

1 min
244


ବିଶ୍ଵକର୍ମା  ପୂଜା  ବଡ଼ ଏକାଦଶୀ

ଵାମନ ଜନ୍ମ ଦିବସ

ଭୋଦୁଅ  ଆକାଶ ଶାନ୍ତ ନିରିମଳ   

ଵିତରୁଛି ଆଜି ଵାସ।


କଳା ଭାସ୍କର୍ଯ୍ୟର ହେ ବିଶ୍ୱ ବିନ୍ଧାଣୀ

ତଵ ପଦେ ନମସ୍କାର

ତୁମେ ତ ଗଢିଛ ଏ ସାରା ସଂସାର

କୀର୍ତ୍ତି ତୁମ ଚମତ୍କାର ।


ଶରତ  ଋତୁର  ଭାଦ୍ରବର ମାସେ

କନ୍ୟାସଂକ୍ରାନ୍ତିର ଦିନେ

ବ୍ରହ୍ମାଙ୍କ  ନାଭିରୁ  ଜନମ  ଲଭିଲ

ଧରାରେ ଶୁଭ ଲଗନେ।


ହେ ଦେବ ଶିଳ୍ପୀ ହେ ବିଶ୍ୱ ନିର୍ମାତା

ଜଗତ ନିର୍ମାଣ କାରୀ

ଗଢିଅଛ  ପ୍ରଭୁ   ସୁନ୍ଦର  ସୃଷ୍ଟିକୁ

ଜଗତ କଲ୍ୟାଣକାରୀ।


ବ୍ରହ୍ମାଙ୍କ ନିର୍ଦ୍ଧେଶେ  ଗଢିଥିଲ ପ୍ରଭୁ

କୋଟି ବ୍ରହ୍ମାଣ୍ଡର ରୂପ

ଦ୍ୱାରିକା ଭୂବନ ଗଢି ଯେ ତୋଳିଲ

ଝଲସିଲା ତା'ର ରୂପ ।


ଲକ୍ଷ୍ମୀଦେବୀ ଯେବେ ଆଜ୍ଞା କରିଲେ

ଗଢିଲ ଭଵ୍ୟ ମହଲ

ହୀରାଲୀଳା ମୋତି ମାଣିକ ଖଞ୍ଜିଲ

ମାଆଙ୍କ ମାନ ରଖିଲ ।


ସତ୍ୟ  ଯୁଗେ ସ୍ୱର୍ଗ ପୁରକୁ ଗଢିଛ

ତ୍ରେତୟାରେ ଲଙ୍କାପୁର 

ଦ୍ୱାପରେ  ଗଢିଲ  ଦ୍ୱାରକା ପୁରକୁ  

କଳିରେ କଳାଠାକୁର ।


ତୁମେ ପରା ଦିନେ ଧରମା ରୂପରେ

ଗଢି ଥିଲ କୋଣାରକ

ପୁଣି  ନୀଳାଚଳେ  ତିଆରି କରିଲ

ଚତୁର୍ଦ୍ଧା ମୁରତି ଯାକ ।


ତୁମ ଆଗମନେ  ଧରା ଯେ ସୁନ୍ଦର

ସାଜସଜ୍ଜା ମନୋହର

ଏ ସାରା ସୃଷ୍ଟିର ନିର୍ମାଣହାରୀ ହେ

ଧନ୍ୟ ମହିମା ତୁମ୍ଭର ।


କଳା  କାରଖାନା  ଉଠୁଛି  ପଡୁଛି

ହେଉଛି ତୁମର ପୂଜା

ଦେଵ ଶିଳ୍ପୀ ଭାବେ ଜଗତେ ବିଖ୍ୟାତ

ଉଡଇ ତୁମର ଧୂଜା ।


କଳା  ଭାସ୍କର୍ଯ୍ୟର ବିକାଶ ପଥରେ

ହସି ଓଠୁ ସାରା ବିଶ୍ୱ 

ତୁମ୍ଭ  ଗୁଣ  ଗାନ  ସଭିଏଁ  କରନ୍ତୁ

ଗାଉଥାନ୍ତୁ ତୁମ ଯଶ ।


ଚଉଦ  ବ୍ରହ୍ମାଣ୍ଡ ସୃଷ୍ଟି କର୍ତ୍ତା  ତୁମେ

ପୂଜନ୍ତି ସାରା ଜଗତ

ସତ୍ୟ ଧର୍ମ ନ୍ୟାୟ ଦିଅ ହୃଦେ ଭରି

ତୁମ୍ଭ ପାଦେ ପ୍ରଣିପାତ ।



ହେ  ବିଶ୍ବ  ବିନ୍ଧାଣି କରୁଛି ଦୟିନୀ

କୁକର୍ମରୁ  ରଖ  ଦୂର

ଛନ୍ଦ  ଈର୍ଷା ଦ୍ବେଷ  ଦୂରରୁ  ରଖିକି

ମନେ ମୋ ଆନନ୍ଦ ଭର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational