STORYMIRROR

BHABAGRAHI TRIPATHY

Children

4  

BHABAGRAHI TRIPATHY

Children

ପିଲାମାନେ

ପିଲାମାନେ

1 min
222


ନଭେମ୍ବର  ମାସ  ଚଉଦ  ତାରିଖ

ଅଟଇ ଶିଶୁ ଦିବସ,

ଭାରତ   ପ୍ରଥମ   ପ୍ରଧାନମନ୍ତ୍ରୀ ଙ୍କ

ଅଟଇ ଜନ୍ମ ଦିବସ।

ଶିଶୁଟିଏ ପାଇଁ  ଯା ହୃଦୟ କାନ୍ଦେ

ଶିଶୁଙ୍କର ପ୍ରିୟ  ସେହି,

ଚାଚା ନାମେ  ପୁଣି ପରିଚିତ ଥିଲେ

ଭାରତ ବର୍ଷରେ ସେହି।

ଆଜିକାର  ଶିଶୁ  କାଲିର ଭବିଷ୍ୟ

ନେହେରୁ ଯେ ଜାଣିଥିଲେ,

ନିଜ  ଜନ୍ମଦିନ   ଶିଶୁଙ୍କର  ପାଇଁ

ଉତ୍ସର୍ଗୀକୃତ ସେ କଲେ ।


କଞ୍ଚା  ମାଟିଟିଏ  କଅଁଳ  ଶିଶୁଟି

ନାହିଁ ତା'ର କିଛି ରୂପ,

ଯେମିତି ଗଢିବା  ସେମିତି ହୋଇବ

ସଂସାରେ ହେବ ପ୍ରକାଶ।

ଶିଶୁଟିଏ  ଅଟେ  ଫୁଲ  କଢିଟିଏ

ଦୁନିଆର ବଗିଚାରେ,

ଯେବେ ସେ ଫୁଟିବ ବାସ ଚହଟିବ

ପ୍ରତି ଘର ଅଗଣାରେ।

ସରଳ  କୋମଳ  ଶିଶୁଟିର  ମନ

ହୃଦୟ ଅଟଇ ଖୋଲା,

ଛନ୍ଦ ମନ୍ଦ ଭାଵ ଠାରୁ ସେ ଦୂରରେ

ନିଷ୍ପାପ ନିଃସ୍ଵାର୍ଥ ପରା।

ସେନେହ  ଶରଧା  ଢାଳିଦିଏ  ଯିଏ

ସିଏ ତାର ହୋଇଯାଏ,

ଶିଶୁଙ୍କୁ ଯତନେ ଗଢିଲେ ଆମେ ଯେ

ଭଲ ମଣିଷଟି  ହୁଏ ।

ସବୁ  ଶିଶୁ ମଧ୍ୟେ ବଡ ହୋଇବାର

ସୁକ୍ଷ୍ମତା ଯେ ଭରି ଅଛି,

କୋମଳ ମନରେ ନ ଥାଏ କା ପ୍ରତି

ହିଂସା ଦ୍ବେଷ ଭାବ କିଛି।

ଶିଶୁଟି  ହସିଲେ  ଦୁନିଆଁ  ହସଇ

କାଲିର ସେ ଭବିଷ୍ୟତ,

ଶିଶୁର  ଉନ୍ନତି  ରାଷ୍ଟ୍ରର  ଉନ୍ନତି

ଭବିଷ୍ୟ ତା'ପରେ ନ୍ୟସ୍ତ।


ପୂର୍ବକାଳେ ଥିଲା  ଯୌଥ ପରିବାର

ଥିଲେ କାକା କାକି ଖୁଡି,

ଶିଶୁଟିଏ ସେଠି ଜନ୍ମ ହେଲାପରେ

ସ୍ନେହ ଥିଲା ଭରି ଭରି।

ସ୍ଵାର୍ଥପର  ଆଜି  ଦୁନିଆଁ  ସାଜିଛି

ଯୌଥ ପରିବାର ନାହିଁ,

ସ୍ଵାମୀ ସ୍ତ୍ରୀକୁ ନେଇ ଅଟେ ପରିବାର

ଅନ୍ୟର ତ ସ୍ଥାନ ନାହିଁ।

ଜେଜେ ଜେଜେମା ବନ୍ଧୁ ଯେ ବାନ୍ଧବ

ଶିଶୁଟି  ପାରେନି ଚିହ୍ନି,

ଏକାକୀ ବଢୁଛି ମମି ଡାଡି ମେଳେ

ଟିଭି ମୋବାଇଲ୍ ଦେଖି ।

ପରିବାର ଠାରୁ  ସଂସ୍କାର  ସଂସ୍କୃତି

ଶିଶୁଟିଏ ଶିଖୁଥିଲା,

ଆଜି କାହା ପାଖେ ସମୟ ତ ନାହିଁ

କହିବାକୁ ଭଲକଥା।


ଶିଶୁଟିଏ ଅଟେ  ଦେଶ ଭବିଷ୍ୟତ

‌ସଭିଏଁ ତ କହିଥାନ୍ତି,

କ୍ଷୁଧା ଅନାହାରେ କେତେ ପୁଣି ଶିଶୁ

ଅକାଳେ ଝଡି ପଡନ୍ତି।

ସରକାରଙ୍କର  ଅନେକ ଯୋଜନା

ଶିଶୁଙ୍କ  ବିକାଶ  ପାଇଁ,

ଯୋଜନା କେବଳ କାଗଜ କଲମେ 

ସୁବିଧା ଯେ ମିଳେ ନାହିଁ।

କେତେ ଶିଶୁ ଆଜି ଶ୍ରମିକ ଭାବରେ

ଖଟୁଛନ୍ତି   ଦିନ  ରାତି,

ଅଳ୍ପ ଟଙ୍କା ଦେଇ ମାଲିକ କରୁଛି

ଅତ୍ୟାଚାର ବେଶୀ ବେଶୀ।

ଯେଉଁ  ଶିଶୁଟିଏ ଦେଶ କର୍ଣ୍ଣଧାର

ଖଟେ ସେ ବୋତି ଶ୍ରମିକ,

କିପରି ହୋଇବ  ଦେଶର ଉନ୍ନତି

ଭାବି ଥରେ ଟିକେ କୁହ??

କୋମଳ ନିଷ୍ପାପ ନରମ ହାତେ ସେ

ଖଟିବ କି ସେ ଦାଦନ,

କିପରି ହୋଇବ ତା ସ୍ଵପ୍ନ ପୂରଣ

କ'ଣ ତା ଭବିଷ୍ୟତ ??

ଶିଶୁ ଶ୍ରମିକ ଙ୍କ ସଂଖ୍ୟା ମାନ ଆଜି

ଦିନୁ ଦିନ ଯାଏ ବଢି,

କେତେ କେତେ ଶିଶୁ କାମ କରୁଛନ୍ତି

ପାଠ ସାଠ ସବୁ ଛାଡ଼ି।

ଯେଉଁ ବୟସରେ ଲେଖିବା ପଢିଵା

ସେ ବୟସେ ଖଟୁଛନ୍ତି,

ଯେଉଁ ହାତେ ଥାନ୍ତା କଲମ ଖଡ଼ି ଯେ

ଧରିଛନ୍ତି   ଯନ୍ତ୍ରପାତି ।

ଛୟାଅଶୀ  ମସିହା  ନିୟମ  କାନୁନ୍

ଆଜି ଯେ କୁଆଡେ ଗଲା,

ଶିଶୁ  ଶ୍ରମିକଙ୍କ ସୁରକ୍ଷା  କରିବା

ଆଶା  ପଡ଼ିଅଛି  ଢିଲା।

ପଢ଼ା ଵୟସେ ସିନା ପାଠ ପଢ଼ିଲେ

ଶିଶୁର ବିକାଶ ହେବ,

ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ହୋଇଲେ

ଶିଶୁଟି ନ୍ୟାୟ ପାଇବ।

ଚାଲ ସର୍ବେ ଆମେ ବଦଳାଇଦେବା

ଆମର ମାନସିକତା,

ହଟାଇବା ଆମେ ଆଜିଠୁଁ ଦେଶରୁ

ଶିଶୁ ଶ୍ରମିକର ପ୍ରଥା।


ଆଜିକାର ଶିଶୁ କାଲି  ଭବିଷ୍ୟତ

ନ କର ତାଙ୍କୁ ଯେ ହେଳା,

ଶିଶୁ ହିତେ ସଦା ଚେଷ୍ଟିତ ରହିବା

ଶିଶୁ ଯେ ସରଳ ପରା।

ଶିଶୁଟିଏ  ଭାବି ହତାଦର  ଆମେ 

କରିବାଟି ନାହିଁ କେବେ,

ଶିଶୁଟି ମଧ୍ୟରେ ଲୁକ୍କାୟିତ ଭାବେ

ରହିଛି  ପ୍ରତିଭା କେତେ।

ଶିଶୁର  ସୁରକ୍ଷା  ଆମର  ଦାୟିତ୍ବ

ତାର ସେବା ଯତ୍ନ ନେବା,

ସ୍ନେହ ଶ୍ରଦ୍ଧା ଆଦି ସତ୍ ଶିକ୍ଷା ଦେଇ

ତାକୁ ଯେ ଗଢି ତୋଳିବା।


ମାତୃଭାଷା ପ୍ରୀତି  ଶିଶୁଙ୍କ ମନରେ

ଜଗାଇଵା ଆମ କାର୍ଯ୍ୟ,

ମାତାପିତାହୋଇ ଏ କାର୍ଯ୍ୟ କରିଲେ

ରହିବ ଜାତିର ଟେକ।

ଯତ୍ନ ସହକାରେ  ପାଳିବା  ଶିଶୁଙ୍କୁ

ଦେଇ ସ୍ନେହ ଶ୍ରଦ୍ଧା ଭାବ,

ଈଶ୍ଵରୀୟ ଚିନ୍ତା ହୃଦେ ତା ଜଗାଇ

ଚଲାଇବା   ସତପଥ।

ଶିଶୁଟିଏ ଅଟେ ଦେଶର ଗୌରଵ

ପାଳିବା ଅତି ଯତନେ,

ବଡ଼  ହୋଇ ଏକ ସୁନ୍ଦର ଭାରତ

ଗଢିବ ନିଶ୍ଚିତ ଦିନେ।

ଶିଶୁଟି ହସିଲେ ଦେଶ ଯେ ହସିବ

ଏକଥା ମନେ ରଖିବା,

ହତାଦର କେବେ  ତାଙ୍କୁ କରିବାନି 

ଭବିଷ୍ୟ ତାଙ୍କ ଗଢିବା।

ଶିଶୁଙ୍କ  ଆଦର ଶିଶୁଙ୍କ ସେନେହ

ଶିଶୁ ଦିବସ ସେ ପାଇଁ,

ଶିଶୁ ଓଠେ ହସ ଫୁଟାଅ  ସଭିଏଁ

ଅଣଦେଖା କର ନାହିଁ।



Rate this content
Log in

Similar oriya poem from Children