STORYMIRROR

SUKANTA KHANDA

Children

4  

SUKANTA KHANDA

Children

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

1 min
336


କାନ୍ଦୁଥିଲା ପୁଅ ପ୍ରଥମାଷ୍ଟମୀରେ

ନ ପାଇବା ଯୋଗୁଁ ଡ୍ରେସ

ଗରିବ ବୋଲିକି ବାପାମାଆଙ୍କର

ଉଡି ଯାଉଥଲା ହୋସ।୧

ଲୁହକୁ ଝରାଇ ବୁଝାଇଲେ ବସି 

ଧନରେ କାନ୍ଦନା ଆଜି

ପ୍ରଥମାଷ୍ଟମୀରେ ଲୁହ ଗଡେଇଲେ

ଈଶ୍ଵର କହିବେ ପାଜି।୨

ଜନ୍ମ ହୋଇଅଛୁ ଆମରି କୋଳରେ 

ଆୟୁଷ ଦେଇଛୁ ଖାଲି

ଭଲ ପାଠ ପଢ଼ି ଜ୍ଞାନ ଓ କର୍ମରେ

ସଫଳତା ଯାଏ ଖୋଲି।୩

ପରିଶ୍ରମ କଲେ ସୁଖ ପ୍ରାପ୍ତହୁଏ

କର୍ତ୍ତବ୍ୟ ହିଁ ତୋର ଧର୍ମ

ସାହାରା ହିଁ ବିଦ୍ୟା ଜୀବନ ଶୈଳୀକୁ

ବଦଳାଇ ଦେବ ଭ୍ରମ।୪

ପୂଜା ଆରାଧନା ଭକ୍ତି ଆଉ ଭାବ

ପୁଣି ଭଲ ଜନ୍ମ ପାଇଁ

ସଂସାରର ଏହି ନୀତିବାଣୀ ପୁଅ

ଜଗତେ ଈଶ୍ଵର ଚାହିଁ।୫

ରହିବା ଖାଇବା ଅଥବା ପିନ୍ଧିବା

ଈଶ୍ବରଙ୍କ ମହାଦାନ

ଈଶ୍ଵର ଯାହାକୁ ମୋଟେ ଚାହିଁବେନି

ମୋ' ପରି ହୋଇବେ ଦୀନ।୬

ପୂର୍ବ କର୍ମଫଳ ଭୋଗୁଅଛି ପୁଅ

ମୋତେ ଭୋଗିବାକୁ ଦିଅ

ନ ହେଲେ ଜୀବନେ ମୁକ୍ତି ପାଇବିନି

ଯେମିତି ଅନ୍ଧାର କୂଅ।୭

ପୁଅ ବୁଝିଗଲା ଗରିବ କାହିଁକି

ଏ ମଣିଷ ହୋଇଯାଏ

ଆଶ୍ୱାସନା ଦେଇ ଶପଥ କରିଲା

ଘୁଞ୍ଚାଇବ ଆଜି ସିଏ।୮

ବିଦ୍ୟା ଜ୍ଞାନ କର୍ମ ଭକ୍ତିରେ ମଜ୍ଜିଲା

ଅଳସପଣକୁ ତେଜି

ସୁଖ ଓ ସନ୍ତୋଷ ଟାଣିକି ଆଣିଲା 

ଅଳ୍ପ ସମୟରେ ଆଜି।୯

ବାପା ଆଜି ବୁଢ଼ା ପୁଅ ବଳୀୟାନ

ଖାଦ୍ୟ ବସ୍ତ୍ର ଦେଇ ଖୁସି

ପ୍ରଥମାଷ୍ଟମୀକୁ ମନେ ପକାଉଛି

ଦିନେ ଯାଇଥିଲା ରୁଷି।୧୦

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children