Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amarnath Barick

Children

4  

Amarnath Barick

Children

କନ୍ୟାରତ୍ନ ଅନନ୍ୟା

କନ୍ୟାରତ୍ନ ଅନନ୍ୟା

1 min
379



ପ୍ରଚଣ୍ଡ ପ୍ରଳୟ ମଧ୍ୟରେ ସହିଷ୍ଣୁ

ମରୁଭୂମି ପାଇଁ ବର୍ଷା ତୁହି

ସନ୍ଧ୍ୟା ଆଳତିର ସୁଗନ୍ଧ କର୍ପୂର

ପୂଜା ପାଇଁ ଲୋଡ଼ା ଫୁଲ ତୁହି ।


ଚାତକର ସ୍ଵନକ୍ଷତ୍ର ଜଳ ବିନ୍ଦୁ

ଅମା ରାତ୍ରିର ଆଲୋକ ତୁହି

ଦୁଃଖ ଦରିଆର ପରମ ଆନନ୍ଦ

ପଂକ ପୁଷ୍କରିଣୀ ପଦ୍ମ ତୁହି ।


ଶୁଷ୍କ ଜଙ୍ଗଲରେ ବୃଷ୍ଟିପାତ ରାଶି

ସଙ୍ଗୀତ ସ୍ଵର ସାଧନା ତୁହି

ତୋ' ବିନା ଅଚଳ ଛୋଟ ଏ ସଂସାର

ସବୁ ମିଳେ ପାଶେ ଥିଲେ ତୁହି ।


ମାତୃ ଭଗ୍ନୀ କାୟା ଜାୟା ରୂପ ପୁଣି

ଆଦିଶକ୍ତି ସୃଷ୍ଟିରୂପ ନେଇ

ପିତାମାତା ହେବା ସୌଭାଗ୍ୟ ଦେଇଛୁ

ଆସିଛୁ ଅନନ୍ୟା ଶିଶୁ ହୋଇ ।


ଶହେ ପୁତ୍ର ଥାଇ କି ଲାଭ ହୋଇବ

ତୋ ପରି କନ୍ୟାଟି ଯଦି ନାହିଁ

କୋଠା ଗାଡ଼ି ଧନ କିବା ପ୍ରୟୋଜନ

ତୋ ଭଳି ଝିଅର ବାପ ହୋଇ !


ପୂରିଗଲା ଆଜି ଦ୍ବିତୀୟ ବରଷ

ଆସିଥିଲୁ ଏ ଦିନରେ ତୁହି

ଏ ଅଭୁଲା ତିଥି ପାରିବିନି ଭୁଲି

ସବୁ ଖୁସି ପାଇ ଗଲି ମୁଁହି ।


ଗ୍ରାମ ଦେବତୀଙ୍କ କୃପାଦୃଷ୍ଟି ଥାଉ

ସମାଜ ହିତ ସାଧନ ପାଇଁ

ରଖିଥାନ୍ତୁ ମାଆ ମଙ୍ଗଳରେ ତତେ

ଜନ୍ମ ଦିନେ ମୋ ଆଶିଷ ଏହି ।



Rate this content
Log in

Similar oriya poem from Children