STORYMIRROR

Sunanda Mohanty

Abstract Inspirational Children

4  

Sunanda Mohanty

Abstract Inspirational Children

ବକୁଳବନ

ବକୁଳବନ

1 min
380


ଆଜିବି ଅଛି ସେ ବକୁଳ ବନ ସାକ୍ଷୀ

ଶିକ୍ଷାର ଆୟୁଧ ସଂସ୍କୃତି ବିବିଧ ମାଖି

ଉଡି ଉଡି କଳାପକ୍ଷୀ କହୁଛି ଆ ଦେଖି

ପଞ୍ଚସଖା ପାଠଶାଳା ଯିବା ପରଖି

ଓଡ଼ିଆ ସଂସ୍କୃତି ବିଶ୍ୱବିଦ୍ୟାଳୟ ମୁଣ୍ଡ ଟେକି

ଫେରିଛି ନୂତନ ରୂପରେ ଜ୍ଞାନ ସମୀକ୍ଷା ରଖି

ପରିବର୍ତ୍ତନଶୀଳ ଦୁନିଆଁରେ ଶିକ୍ଷା ଦୀକ୍ଷା ଲେଖି 

ଅପରିବର୍ତ୍ତିତ ଗୋପବନ୍ଧୁଙ୍କ ନୀତି ଓ ଆଦର୍ଶ

ଶାନ୍ତି ସଂହତି ସେଵା ସଂସ୍କୃତି ହୃଦୟେ ଥାପି

ବାଟ ଚାଲୁ ଚାଲୁ ଅଧିବାସୀ ପଡିନାହାଁନ୍ତି ଥକି

ସ୍ୱାଭିମାନ ସମ୍ମାନ ବକୁଳବନରେ ରହିଛି ଲାଖି

ଐଶ୍ବର୍ଗୀକ ଚିନ୍ତାଧାରା ରାଧା ଓ କୃଷ୍ଣଙ୍କ ଭକ୍ତି ଯୋଖି

ତମାଳ ବକୁଳ ଆକୁଳ ପରାଣ ଖୋଜୁଛି ଅତୀତ ସ୍ମୃତି

ପ୍ରୀତି ମୈତ୍ରୀ ଗୀତି ଛନ୍ଦରେ ଭକ୍ତି ଭାବରେ ମତି

ପଞ୍ଚସଖା ମଧ୍ୟେ ଅନ୍ୟତମ ଅନନ୍ତ ମିଶ୍ର ଯୋଗୀ

ବାର୍ତ୍ତା ବାହାକ ଗରୀୟାନ ଗୁଣେ ସମାଜ ହିତୈଶୀ

ସତ୍ୟର ଅସ୍ତ୍ର ସେବାର ଆଦର୍ଶ ଶିକ୍ଷା ମଞ୍ଜି

ତ୍ୟାଗରେ ପୌରୁଷ ଶକ୍ତି ଭକ୍ତି ଗାଥାକୁ ଖଞ୍ଜି

ଜଳୁଛି ଦୀପାଳି ଜ୍ଞାନର ଆଲୋକ ମିଞ୍ଜି ମିଞ୍ଜି

ଆସ ମିଶି ମିଳି ତେଜି ଦେଇ ଶିଖା ଜ୍ଞାନ ପ୍ରଦୀପ ମଞ୍ଜି

 ବୁଣିବା ପଞ୍ଚସଖା ନୀତି ଆଦର୍ଶ ମଞ୍ଜିର ପାଞ୍ଜି

ସେଵା ଅସ୍ତ୍ର ସାଥେ ଗୋପବନ୍ଧୁ ଦୀନବନ୍ଧୁ ଓଡିଶା ଗାନ୍ଧି

ସେଵା ଧର୍ମ କର୍ମ ଚିନ୍ତାଧାରାରେ ପଞ୍ଚସଖାଙ୍କୁ ବାନ୍ଧି

ନୀଳକଣ୍ଠ, ଗୋଦାବରୀଶ, ହରିହର କୃପାସିନ୍ଧୁଙ୍କୁ ଛନ୍ଦି

ଏମାଟି ଗୌରବ ଐତିହ୍ୟ ଇତିହାସର ସନ୍ଧି

ଆଜିବି ଜଗାଏ ଜାଗୃତି, ଶିକ୍ଷା ସଂହତି ସଂସ୍କୃତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract