STORYMIRROR

SUKANTA KHANDA

Children

4  

SUKANTA KHANDA

Children

ଶିଶୁ ଦିବସ

ଶିଶୁ ଦିବସ

1 min
249


ଶିଶୁଙ୍କ ଦେହରେ ଶିବ ଶକତି

ଆଜି ଭଲପାଅ କରି ପୀରତି।

ସେନେହ ଶରଧା ବହୁତ ଦେଲେ

ଦୀର୍ଘ ଭବିଷ୍ୟତ ଗଠନ କାଳେ।

ଭସାଇ ଦେବାନି ଭବ ଜଳରେ 

ତାଙ୍କର ଜୀବନ ଆମ ହାତରେ।

ଏହି ମନୋଭାବ ରହିଛି ବୋଲି

ଉତ୍ସବ ପାଳୁଛେ ହୁରୁଦ ଖୋଲି।

ଜବାହର ଦିନେ ଶିଶୁ ପୀରତି

ଥିଲା ଶୁଦ୍ଧଭାବ ମନେ ଶକତି।

ଜନମ ଦିବସ ପାଳିବା ପାଇଁ

ସରକାର ତେଣୁ ନିର୍ଦ୍ଦେଶ ଦେଇ।

ବିଦ୍ୟାଳୟେ ଆଜି ଆନନ୍ଦ ଭାବ

ନାଚ ଗୀତ ସହ ଭୋଜି ମିଳିବ।

ଆସରେ ସରବେ ନେହେରୁ ପାଇଁ

ପ୍ରଣାମ କରିବା କୁସୁମ ଦେଇ।

ତାଙ୍କରି ସୁଗୁଣ ହାତରେ ଧରି

ଚାଲିବା ଭବିଷ୍ୟ ସମୁଦ୍ର ପାରି।

ଆସିଲେ ବାଧାକୁ କିଆଁ ଡରିବା 

ଆଜି ଏ ଦିବସେ ଶପଥ ନେବା?

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children