STORYMIRROR

Gobinda Chandra Sethi

Inspirational Children

4  

Gobinda Chandra Sethi

Inspirational Children

କୁନି ପ୍ରଭା

କୁନି ପ୍ରଭା

1 min
339

ଆସ ମୋର କୁନି ପ୍ରଭା

           ପାଶେ ଆଜି ହୁଅ ଉଭା

ଦେଖାଅ ତୁମ ପ୍ରତିଭା

           ଚକିତ କରଉ ଶୋଭା 

ସକାଳ ସୂରଜ ପରି

          ହେବେ ନାହିଁ କେହି ସରି

ଅନ୍ଧାର ହୋଇବ ଦୂର

            ସକଳ ହେବେ ନିଜର 

ଦୀପରୁ ଜ୍ୟୋତିକୁ ନେଇ

            ଦୀପକ ଦିଅ ସଜାଇ 

ଆସିବ ନୂଆ ସକାଳ

           ତୁମେ ହିଁ ଦେଶ ସମ୍ବଳ

ରଙ୍ଗୋଲି କର ବରଷା

            ହଟିବ ଘୋର ତମସା

କର ଅହଙ୍କାର ଦୂର

            ସଭିଙ୍କୁ କରି ନିଜର

ସତ୍ୟ ପାଇବ କଷଣ

           ହୁଏ ତୁମେ ବିଭୀଷଣ 

ଅସତ୍ୟ କରିବ ଭୟ

         ସତ୍ୟ ହେବ ଦିନେ ଜୟ

ପ୍ରଭୁ ଶ୍ରୀରାମଙ୍କ ପରି

         ଅଯୋଧ୍ୟା ଆସିବ ଫେରି

କୁଶକ୍ତିର କରି ନାଶ

           ରଖିବ ସର୍ବେ ହରଷ 

କରିବେ ସର୍ବେ ସ୍ୱାଗତ

            ଦୀପ କରି ପ୍ରଜ୍ବଳିତ 

ଆସ ମୋର କୁନି ପ୍ରଭା

          ପାଶେ ଆଜି ହୁଅ ଉଭା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational