କୁନି ପ୍ରଭା
କୁନି ପ୍ରଭା
ଆସ ମୋର କୁନି ପ୍ରଭା
ପାଶେ ଆଜି ହୁଅ ଉଭା
ଦେଖାଅ ତୁମ ପ୍ରତିଭା
ଚକିତ କରଉ ଶୋଭା
ସକାଳ ସୂରଜ ପରି
ହେବେ ନାହିଁ କେହି ସରି
ଅନ୍ଧାର ହୋଇବ ଦୂର
ସକଳ ହେବେ ନିଜର
ଦୀପରୁ ଜ୍ୟୋତିକୁ ନେଇ
ଦୀପକ ଦିଅ ସଜାଇ
ଆସିବ ନୂଆ ସକାଳ
ତୁମେ ହିଁ ଦେଶ ସମ୍ବଳ
ରଙ୍ଗୋଲି କର ବରଷା
ହଟିବ ଘୋର ତମସା
କର ଅହଙ୍କାର ଦୂର
ସଭିଙ୍କୁ କରି ନିଜର
ସତ୍ୟ ପାଇବ କଷଣ
ହୁଏ ତୁମେ ବିଭୀଷଣ
ଅସତ୍ୟ କରିବ ଭୟ
ସତ୍ୟ ହେବ ଦିନେ ଜୟ
ପ୍ରଭୁ ଶ୍ରୀରାମଙ୍କ ପରି
ଅଯୋଧ୍ୟା ଆସିବ ଫେରି
କୁଶକ୍ତିର କରି ନାଶ
ରଖିବ ସର୍ବେ ହରଷ
କରିବେ ସର୍ବେ ସ୍ୱାଗତ
ଦୀପ କରି ପ୍ରଜ୍ବଳିତ
ଆସ ମୋର କୁନି ପ୍ରଭା
ପାଶେ ଆଜି ହୁଅ ଉଭା ।।
