STORYMIRROR

BHABAGRAHI TRIPATHY

Others

4  

BHABAGRAHI TRIPATHY

Others

ମାଆଙ୍କ  ନବରାତ୍ର  ପୂଜା

ମାଆଙ୍କ  ନବରାତ୍ର  ପୂଜା

1 min
598


 ଶରତ ଋତୁର  ଆଗମନେ ଆଜି

 ଧରା ଉତ୍ସବ  ମୁଖର

 ଦୁର୍ଗତି ନାଶିନୀ ପୂଜା ପାଇଁ ଆଜି

 ସର୍ବେ ଆଜି ତତ ପର ।


 ଧରଣୀ ବକ୍ଷରୁ ରାକ୍ଷସ ବିନାଶୀ

 ପାପକୁ  କରିବେ  ଦୂର

 ନବରାତ୍ରି ପୂଜା ଆଜ କରିଥିଲେ

 ଲଙ୍କାରେ ଯେ ରଘୁବୀର ।


 ଦେବୀଙ୍କୁ ଆରାଧି ମାତୃକୃପା ଲଭି

 ପାପର କରିଲେ କ୍ଷୟ

 ନଅଦିନ ଧରି ଭିନ୍ନ ଭିନ୍ନ ରୂପେ

 ପୂଜିଥିଲେ ରଘୁଵୀର ।


 ପ୍ରଥମ ଦିନରେ ପୂଜିଥିଲେ ପ୍ରଭୁ

 ମାତା ଶୈଳପୁତ୍ରୀ ରୂପେ

 ଦ୍ଵିତୀୟ ଦିନରେ ପୂଜିଥିଲେ ପ୍ରଭୁ 

 ମା ବ୍ରହ୍ମଚାରିଣୀ ରୂପେ  ।


 ତୃତୀୟ ଦିନରେ ପୂଜିଥିଲେ ପ୍ରଭୁ

 ମାତା ଚନ୍ଦ୍ରଘଣ୍ଟା ରୂପେ

 ଚତୁର୍ଥ ଦିନରେ ପୂଜିଥିଲେ ପ୍ରଭୁ

 ମାତାଙ୍କୁ କୁଷ୍ମାଣ୍ଡା ରୂପେ  ।


 ପଞ୍ଚମ ଦିନରେ ପୂଜିଥିଲେ ପ୍ରଭୁ

 ମାତା ସ୍କନ୍ଧମାତା  ରୂପେ 

 ଷଷ୍ଠ  ଦିନରେ  ପୂଜିଥିଲେ ପ୍ରଭୁ

 ମାତା କାତ୍ୟାୟିନୀ ରୂପେ ।


 ସପ୍ତମ ଦିନରେ  ପୂଜିଥିଲେ ପ୍ରଭୁ

 ମାତା କାଳରାତ୍ରୀ ରୂପେ

 ଅଷ୍ଟମ ଦିନରେ  ପୂଜିଥିଲେ ପ୍ରଭୁ

 ମାତା ମହାଗୌରୀ ରୂପେ ।


 ନବମ ଦିନରେ  ପୂଜିଥିଲେ ପ୍ରଭୁ

 ମାଆ ସିଦ୍ଧିଦାତ୍ରୀ ରୂପେ 

 ନଅଦିନ  ଧରି  ଦର୍ଶନ  ଦିଅନ୍ତି 

 ନଅ ଗୋଟି ଭିନ୍ନ ରୂପେ ।


 ନବରାତ୍ରୀ ପୂଜା ଆରମ୍ଭ ହୋଇଛି

 ଉତ୍ସବ ମୁଖର ହୋଇ 

 ମା ସିଂହ ବାହିନୀ ପୂଜା ପାଉଛନ୍ତି 

 ନଅଗୋଟି ନାମ ନେଇ ।


 ନବରାତ୍ରେ ମାଗୋ ନଅ ରୂପ ଧରି

 ମରତେ ଆସ ମା ବୁଲି 

 ସୁଖ ଶାନ୍ତି ଦିଅ ମନୁଷ୍ୟ ଜୀବନେ

 ଅନୀତି ଯାଉ ସେ ଭୂଲି ।


 ଅଷ୍ଟଭୁଜା ଧାରୀ ମହିଷାମର୍ଦ୍ଦିନୀ       

 ତେଜସ୍ୱିନୀ ନାମ ଵହି

 ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଯେ ମାଆ

 ଶରତେ ଆସିଣ ମହୀ ।


 ମହିଷା ମର୍ଦ୍ଧିନୀ ତ୍ରିଶୂଳ ଧାରଣୀ

 ମୁକ୍ତି ପ୍ରଦାୟିନୀ ମାଆ

 ଆସ  ଅବତରି ଏ ଧରାଧାମକୁ

 ଗୁହାରୀ କରୁଛି ମାଆ ।


 ନବରାତ୍ର ଯିଏ  ଭକ୍ତିରେ କରେ

 ସୁଦୟା ହୁଅନ୍ତି ମାଆ

 ରୋଗଶୋକ ସବୁ ଦୂର କରିଥାନ୍ତି

 ଭକ୍ତକୁ ହୁଅନ୍ତି ସାହା ।



Rate this content
Log in