Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BHABAGRAHI TRIPATHY

Others

4  

BHABAGRAHI TRIPATHY

Others

ଆସ ମାଆ ଅବତରି

ଆସ ମାଆ ଅବତରି

1 min
607



 ଶରତ  ଆସିଛି  ମରତ  ଧାମକୁ

 ବରଷା  ଯାଇଛି  ଚାଲି 

 ହସେ କାଶତଣ୍ଡୀ ଖିଲିଖିଲି ହୋଇ

 ମାଆ ତ ଆସିବେ ବୋଲି ।

 

 ନିଶିରେ ଚନ୍ଦ୍ରମା ଶୋଭଇଆକାଶେ

 ତଡାଗେ ଫୁଟଇ କଇଁ

 ସୁରୁଜ ଉଇଁଲେ ପଦୁଅଁର ଶୋଭା 

 ନିଏ ଜନ ମନ ମୋହି ।


 ଋତୁ ପରେ ଋତୁ ଯାଉଛି ବଦଳି     

 ନିୟତିର ଏହି ଖେଳ

 ଶାରଦୀୟ ପୂଜା ପାଇଁ ସାଜସଜା

 ଲାଗିବ ଭକ୍ତଙ୍କ ମେଳ ।

 

 ଗଗନେ ଭାସୁଛି ଶୁଭ୍ର ମେଘମାଳ

 ତଟିନୀ ଗାଉଛି ଗୀତ

 ରୁଣୁଝୁଣୁ  କରି ମାଆ  ଆସୁଛନ୍ତି

 ଧରା  ହୁଏ ମୁଖରିତ ।


 ଶରତ  ଆକାଶ  ଦିଶଇ  ନିର୍ମଳ

 ଧରା  ଦିଶଇ  ସୁନ୍ଦର

 ଖରା ବରଷାର ନ ଥାଏ ପ୍ରକୋପ

 ଶସ୍ୟ କ୍ଷେତ୍ର ଭର ପୁର ।


 ନବ ପଲ୍ଲବିତା  ସବୁଜିମା ରାଣୀ

 ପିନ୍ଧିଛି ପାଟ ଓଢଣୀ

 ନାନା ଫଳ ପୁଷ୍ପେ ବନ ଉପବନେ

 ହସୁଛି ଧରଣୀ ରାଣୀ ।


 ଶରତ ଋତୁର କମନୀୟ ଶୋଭା

 ସଭିଙ୍କୁ କରେ ମୋହିତ

 ସୁନ୍ଦର  ସୃଷ୍ଟିର  ପଟାନ୍ତର  ନାହିଁ

 ଦେଖି ନେତ୍ର ଆନନ୍ଦିତ ।


 ମହାଳୟା ଠାରୁ ନବରାତ୍ର ପୂଜା

 ମାଆଙ୍କର ହୋଇଥାଏ

 ମୃଣ୍ମୟୀ ମୂର୍ତ୍ତିରେ ଜାଗାଜାଗା ପୂଜା

 ଆଡ଼ମ୍ବରେ ହୋଇଥାଏ।


 ମହିଷାମର୍ଦ୍ଧିନୀ ହେବେ ଆବିର୍ଭୁତା 

 ଧରା  ଉତ୍ସବ ମୁଖର 

 ଧରଣୀ ବକ୍ଷରେ ପୂଜା ପାଇ ମାତ

 ପାପ ନାଶିଵେ ଧରାର ।


 ଆସ ମାଆ ଦୁର୍ଗା ଦୁର୍ଗତିନାଶିନୀ

 ଏ  ଧରାକୁ ଅବତରି 

 ଈର୍ଷା ଦ୍ୱେଷ ରାଗ ଦୂର କରିଦିଅ  

 ଶାନ୍ତି ଦିଅ ହୃଦେ ଭରି ।


 ଦୁର୍ଗତି  ନାଶିନି  ମହିଷା ମର୍ଦ୍ଧିନୀ

 ଜଗତ   କଲ୍ୟାଣକାରୀ

 ଜଗତର ଦୁଃଖ ଦୂର କର ମାଆ

 ତୋ ପାଦେ ମୋର ଗୁହାରୀ ।



Rate this content
Log in