STORYMIRROR

BHABAGRAHI TRIPATHY

Others

3  

BHABAGRAHI TRIPATHY

Others

ନିଳାଦ୍ରୀ ନାଥଙ୍କ ନିଳାଦ୍ରୀ ବିଜେ

ନିଳାଦ୍ରୀ ନାଥଙ୍କ ନିଳାଦ୍ରୀ ବିଜେ

1 min
135


 କିଏ ସେ ଗଢିଲା କାଳିଆରେ ତୋତେ

 ଅପୂର୍ବ ତୋ ରୂପ କାନ୍ତି,

 ଦେଖି ଦେଲେ ଥରେ ଆତ୍ମତୃପ୍ତି ମିଳେ

 ମିଳେ ଯେ ଅମାପ ଶାନ୍ତି ।


 କି ଲୀଳା ରଚିଛୁ  ତୁହି ଏକା ଜାଣୁ 

 ଭକତ  ବତ୍ସଳ ହରି,

 ବାରମାସେ ତେର ଯାତରା କରୁ ଯେ 

 ନିଳାଚଳେ ବାସ କରି ।


 ଦେବସ୍ନାନ ଦିନ ଗାଧୋଇ  ଜଳରେ

 ଅଣସରେ କଲୁ ବାସ,

 ନେତ୍ର  ଉତ୍ସବରେ  ଦରଶନ  ଦେଇ

 ଭକତଙ୍କୁ କଲୁ ତୋଷ ।


 ଘୋଷଯାତ୍ରା କରି ରଥାରୂଢ଼ ହୋଇ

 ଗଲୁ ତୁ ଗୁଣ୍ଡିଚା ଘର, 

 ବାହୁଡ଼ାରେ ଫେରି ପୋଡ଼ପିଠା ଖାଇ

 ଫେରିଲୁ ତୁ ସିଂହଦ୍ବାର ।


 ରଥରେ  ଉପରେ  ଏକାଦଶୀ  ବ୍ରତ 

 କରିଲୁ  କଳା ବାମନ,

 ପୂର୍ଣ୍ଣ  ଅବୟବ ସୁନାବେଶ  ତୋର

 ଭକତ କଲେ ଦର୍ଶନ ।


 ଅଧର  ପଣାକୁ ପାର୍ଶ୍ୱ  ଦେବାଦେବୀ  

 ଅଶରୀରିଙ୍କୁ ଯେ ଦେଲୁ,

 ଭକତ ନିମନ୍ତେ ନ ଥିଲା ସେ ପଣା 

 ରଥରେ ବୁହାଇ ଦେଲୁ ।


 ଘୋଷଯାତ୍ରା ପରେ ନିଳାଦ୍ରୀ ଵିଜୟ

 ଲକ୍ଷ୍ମୀ ନାରାୟଣ କଳି,

 ବୁଝା ବୁଝା  କରି କମଳା  ମାତାଙ୍କୁ

 ମନ୍ଦିରକୁ ଯିବ  ଚଳି ।


 କମଳିନୀ  ଏବେ  ରାଗରେ  ପଞ୍ଚମ

 ବୁଝାଇବ  କିଏ  ଯାଇ,

 ପାଟଶାଢ଼ୀ ଦେଇ ମାନ ଭଙ୍ଗ କର

 ମିଠା ରସଗୋଲା ଖୋଇ।


 ଖିରାଵ୍ଧି ତନୟା  ମାଆ  ପଦ୍ମାଳୟା

 ଜଗିଛନ୍ତି ଦ୍ବାର ଵସି,

 ବାଇ  ଠାକୁରାଣୀ  ରୋଷ କରିଛନ୍ତି

 ଯିବକି ଆଜି ଵା ଖସି।


 କିମ୍ପାଇଁ ନ ନେଲ ସାଙ୍ଗରେ ପତ୍ନୀଙ୍କୁ

 ଲକ୍ଷ୍ମୀ ପଚାରନ୍ତି ପ୍ରଶ୍ନ,

 ଭାଇ ଭଗ୍ନୀ ଖାଲି କ'ଣ ଯେ ନିଜର

 କୁହ ତୁମେ ଜଗଦୀଶ।


 ବଡ଼ ଭାଇ  ପରା  ତୁମ ଦେଢସୁର

 ସଙ୍ଗରେ ଥିଲେଟି ପରା,

 ଦେଢସୁର ସାଙ୍ଗେ ଭାଇବୋହୂ କିବା

 ଯାଇଥାନ୍ତ କୁହ ପରା।


 ହେ ଲୋକ ମାତା  ସାଗର ଦୁହିତା

 ଜଗତର    ମାଲିକାଣୀ, 

 ଉତ୍କଳ ସଂସ୍କୃତି  ଭଲ ଭାବେ ଜାଣ

 ଆଗୋ ମୋର ପାଟରାଣୀ ।


 ଶେଷେ ମହାମାୟୀ ଖୋଲିଲେ କବାଟ

 ଧରିଲେ  ପ୍ରଭୁଙ୍କ  ହସ୍ତ,

 ପ୍ରଭୁ  ଆଣିଥିବା  ଉପହାର   ପାଇ

 ହୋଇଲେ ବଡ଼ ସନ୍ତୋଷ ।


 ରସଗୋଲା ଖାଇ ମାଆ ପଦ୍ମାଳୟା

 ତେଜିଲେ ଯେ ଅଭିମାନ,

 ପାଛୋଟି ନେଇକି  ବନ୍ଦାପନା କରି

 ବସାଇଲେ  ସିଂହାସନ। 


 ରତ୍ନ  ସିଂହାସନେ ଉପବିଷ୍ଟ  ହେଲ

 ନିଳାଦ୍ରୀ ବିଜୟ କରି,

 ରାଗ  ଅଭିମାନ କମଳା  ଭୂଲିଲେ

 ଖୁଆଇଲେ ଖିରି ପୁରି ।

 

 ନିଳାଦ୍ରୀ  ବିହାରୀ  ନିଳାଦ୍ରୀ ବିଜୟ 

 ଭାଇ ଭଉଣୀଙ୍କୁ ଧରି,

 ଦ୍ବାଦଶ ଯାତ୍ରାରେ ଘୋଷଯାତ୍ରା ସାର 

 ଉତ୍କଳର ଶୋଭା ଶିରି ।


 ଲୀଳାମୟଙ୍କର ଲୀଳା ଯେ ଅପାର 

 ବୁଝି କି ପାରିବ କିଏ,

 ପତିତ  ଜନଙ୍କ  ତାରଣ   ପାଇଁକି

 ଲୀଳା ତ କରନ୍ତି ସିଏ। 


 ବଡ଼  ପଣ ତୋର ରଖିଲୁ  କାଳିଆ

 ଭାବର ଠାକୁର ହୋଇ,

 ଜାତି ଧର୍ମ  ବର୍ଣ୍ଣ  ନିର୍ବିଶେଷେ ପ୍ରଭୁ

 ସଭିଁଙ୍କୁ ଦର୍ଶନ ଦେଇ ।


 ଜଗତର  ନାଥ   କାଳିଆ  ସାଆନ୍ତ

 ଦେଇଥାନ୍ତି ଏହି ଶିକ୍ଷା,

 ଭାଇ ଭଗ୍ନୀ ପତ୍ନୀ ହେଉଵା ଜନନୀ

 ରଖିବା ସଭିଙ୍କ କଥା ।


 କଳା ସଂସ୍କୃତିର  ଅଦଦ୍ଭୁତ  ମିଶ୍ରଣ

 କାଳିଆ ତୋ ଲୀଳା ଖେଳା, 

 ସଂସାରର ନୀତି  ଶିଖାଇ ଦେବାକୁ

 ତୋର ମାନବୀୟ  ଲୀଳା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍