STORYMIRROR

BHABAGRAHI TRIPATHY

Children

4  

BHABAGRAHI TRIPATHY

Children

ପରିବେଶ ଚିନ୍ତା କରିବା ଟିକେ

ପରିବେଶ ଚିନ୍ତା କରିବା ଟିକେ

1 min
639


 ସକାଳ ସୂର୍ଯ୍ୟଙ୍କ କଅଁଳ କିରଣେ 

 ଧରା ହୁଏ ପୁଲକିତ 

 ଆକାଶ ଵୁକୁରେ ଝଟକେ ଚନ୍ଦ୍ରମା 

 କଇଁ ହୁଏ ପ୍ରସ୍ପୁଟିତ ।।


 ଜୁଇ,ଜାଇ,ହେନା,ଆମ୍ବ ଯେ ପଣସ 

 ଜାତି ଜାତି ପୁଷ୍ପ ଫଳ 

 ଆମ ପରିବେଶ କେଡେ ଯେ ସୁନ୍ଦର 

 ଶୁଭେ ପକ୍ଷୀ କଳରୋଳ ।।


 ବଦଳି ଗଲାଣି ପରିବେଶ ଆଜି 

 ଵିଶ୍ବ ବୃକ୍ଷଲତା ଶୂନ୍ୟ 

 ଖୋଲା ପବନ ଆଜି ସ୍ବପ୍ନ ହେଲାଣି 

 ପରିବେଶ ପ୍ରଦୂଷଣ ।।


 ପରିବେଶ ଆଜି ବିଗିଡି ଗଲାଣି

 ସବୁ ଜିନିଷ ଭେଜାଲ

 ଗଛ କଟା କଟି ତ ଚାଲିଛି ସଦା

 ସଫା ହେଲାଣି ଜଙ୍ଗଲ  ।।


 ଅମ୍ଳଜାନ ମାତ୍ରା କମି ଯେ ଗଲାଣି 

 ବଢୁଛି ଅଙ୍ଗାରକାମ୍ଳ 

 ଜୈବସାର ଛାଡ଼ି ରସାୟନ ସାରେ 

 କୃଷକ କରୁଛି ଚାଷ ।।


 ସବୁଜ ଶ୍ୟାମଳ ଧରଣୀ ରାଣୀ ଯେ 

 ମଳିନ ପଡ଼ିଛି ଆଜି 

 ପୂରୁବ ସୌନ୍ଦର୍ଯ୍ୟ ଆଵର୍ଜନା ଗନ୍ଧେ 

 ନଷ୍ଟ ହେଉଅଛି ଆଜି ।।


 ପ୍ରଗତି ପଥରେ ଦୁନିଆ ଚାଲିଛି 

 ଉନ୍ନତିର ଧ୍ବଜା ମେଲି 

 ଗ୍ରାମରୁ ସହର ବିକାଶ ଚାଲିଛି 

 ବୃକ୍ଷକୁ ଦରିଆ ଠେଲି ।।


 କଂକ୍ରିଟ ଜଙ୍ଗଲ ମଣିଷ ଗଢୁଛି 

 ବୃକ୍ଷ କାଟି ରାତା ରାତି 

 ବିକାଶ ନାମରେ ପରିବେଶ ଆଜି 

 କାନ୍ଦୁଅଛି ଦିନ ରାତି ।।


 ଅଦିନ ବାତ୍ୟାର ପ୍ରକୋପେ ଵସୁଧା 

 ହୁଏ ଥର ହର ଆଜି 

 ହେ ଜ୍ଞାନି ହେ ଗୁଣୀ ଦୁର୍ଲ୍ଲଭ ମନୁଷ୍ୟ 

 ବେଳ ଥାଉ ଯାଅ ହେଜି ।।


 ହେ ଶ୍ରେଷ୍ଠ ମଣିଷ ସବୁ ବୁଝି ଶୁଝି  

 କାହିଁ କର ସର୍ବନାଶ 

 ପରିବେଶ ଆମ ସୁସ୍ଥ ରହିଲେ 

 ସମୂଳେ ହେଵାନି ଧ୍ବଂସ ।।


 ଘର ଅଗଣାରୁ ଗାଁ ମୁଣ୍ଡ ଯାଏଁ 

 ସ୍ଵଛ ଯେ କରିବା ଆସ 

 ପରିବେଶ ଆମ ପରିଷ୍କାର ହେଲେ 

 ରୋଗ ପଶିବନି ପାଶ ।।


 ଘର ଯେ ନିର୍ମଳ ବାହାର ନିର୍ମଳ 

 ହୃଦୟେ ନିର୍ମଳ ଭାଵ 

 ପରିବେଶ ଆମ ସୁସ୍ଥ ଯେ ରଖିବା 

 ହେଉ ଯେ ଆମ ସ୍ଵଭାବ ।।


 ସବୁଜ ଧରଣୀ ମଉଳି ଗଲାଣି

 ପଡିଛି ଏବେ ଭାଳେଣି

 କେମିତି ବଂଚିବ ପରିବେଶ ଆମ

 ଜାଣିବି ଚୁପ୍ ରୁହନ୍ତୁନି।।


 ବେଳ ଥାଉ ଥାଉ ହୁଅ ହେ ସତର୍କ 

 ରଖ ପରିବେଶ ସୁସ୍ଥ 

 ବୃକ୍ଷ ରୋପି ଜଳ ସିଞ୍ଚନ କରିଲେ 

 ହସିବ ଧରଣୀ ମାତ ।।


 ପ୍ରତ୍ୟେକ ବୃକ୍ଷରେ ଭରି ଭରି ଅଛି 

 ଔଷଧୀୟ ଗୁଣ ମାନ 

 ଫୁଲ ଫଳ ଭରା ବୃକ୍ଷଲତା ଆମ 

 ଵଢାଇବ ଅମ୍ଳଜାନ ।।


 ପଞ୍ଚଭୂତର ଆମ ଏହି ପରିବେଶ 

 ସୁରକ୍ଷା କରିବା ତା'ର 

 ଆମ ଚତୁଃପାର୍ଶ୍ଵ ଆମ ପରିବେଶ 

 ଯତ୍ନ ନେବା ନିରନ୍ତର ।।


 ପରିବେଶ କଥା ନ କରିଲେ ଚିନ୍ତା 

 ଅକାଳେ ପଡ଼ିବା ଝଡି 

 ନିଜ ମୃତ୍ୟୁ ପାଇଁ ନିଜେ ହିଁ କାରଣ 

 ଦାୟୀ ରହିବେନି କେହି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children