STORYMIRROR

SUKANTA KHANDA

Children

4  

SUKANTA KHANDA

Children

ମାର୍ଗଶିରରେ ପଲ୍ଲୀର ଦୃଶ୍ୟ

ମାର୍ଗଶିରରେ ପଲ୍ଲୀର ଦୃଶ୍ୟ

1 min
304


ମାର୍ଗଶିର ମାସ ଉପନୀତ ହେଲା

   ସଞ୍ଜରେ ପଲ୍ଲୀର ଦୃଶ୍ୟ

ନିଆଁ ପୋଇଁ ହେବା ଦୂରରୁ ଦିଶୁନି

  କେ'ଡାକେନି ପାଖେ ବସ।୧

କୀର୍ତ୍ତନ କରିବା ଠାକୁର ଅଗଣା

   ଖାଲି ଦିଶେ ଖାଆଁଖାଆଁ

ବୁଢ଼ାବୁଢ଼ୀମେଳେ ନାତି ନାତୁଣୀ ବି

   ବସୁନି ସାଙ୍ଗରେ ଛାଆଁ?୨

ସଂଜର ଆସର ଲୁଚିବା ହେଲାଣି

   ପରମ୍ପରା ଯାହା ଥିଲା

ପଲ୍ଲୀ ଦୃଶ୍ୟ ତେଣୁ ମୂକ ପରି ଉଭା

    ଯାହା ଦିନେ ଶୁଭ ପାଲା?୩

ଭାଗବତ ଟୁଙ୍ଗି ତାଲା ପଡ଼ିଅଛି

    କାହାର ମୁହେଁ କି ଫୁଟେ

ଶୁଣିବା ଲୋକ ବି କାତର ପଣରେ

   ଘରୁ ନ ବାହାରେ ମୋଟେ।୪

କର୍ମ କୋଢି ଆଜି ସମସ୍ତେ ନୀରବ 

   ଧରିକି ଫୋନ୍ ଗୋଟିଏ

ଏ ପଲ୍ଲୀ ଦୃଶ୍ୟକୁ ମାରି ଦେଉଅଛୁ 

   ନୀଚ ମନ ତ କୋଟିଏ।୫

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children