ଭଗବାନ ପରା ଆମରି ବାପା
ଭଗବାନ ପରା ଆମରି ବାପା
ବାପା ଯେ ଅଟନ୍ତି ଆମ ଅନ୍ନଦାତା
ସହି ଯେ ସବୁରି କଷ୍ଟ
ଯେତେ କଷ୍ଟ ଆସୁ ସବୁ ସେ ସହନ୍ତି
ହୁଅନ୍ତିନି କେବେ ରୁଷ୍ଟ
ତାଙ୍କ ପାଇଁ ଆମ ଜୀବନ ଆଲୋକ
ମହମବତୀ ଟିଏ ପରି
ନିଜେ ଜଳି ସିଏ ଆଲୋକ ଦିଅନ୍ତି
କିଏ ନାହିଁ ତାଙ୍କ ସରି
ନିଜେ ସବୁବେଳେ ପୁରୁଣା ପିନ୍ଧନ୍ତି
ଦେଇଥାନ୍ତି ନୂଆ ବସ୍ତ୍ର
ତାଙ୍କ ଠାରୁ ଆମେ ଶିଖିବା ଜରୁରି
ସଂସାର ର ଏଇ ମନ୍ତ୍ର
ସବୁବେଳେ ସିଏ ପଛରେ ଥାଆନ୍ତି
ଆଗକୁ ବଢ଼ିଲେ ଆମେ
ବାଟେ ଯାଉ ଯାଉ ଝୁଣ୍ଟି ଯାଉ ଯଦି
ଚାଲି ଆସ ପାଖେ ତୁମେ
ଜୀବନ ରାସ୍ତାରେ ଭଲ ବାଟ ଦେଇ
ଯିବା ପାଇଁ କହିଥାଓ
ସେଇ ବାଟଦେଇ ଗଲେ ତୁମେ ଚାଲି
ତୁମ ସାଥେ ନେଇ ଯାଓ
ତୁମ ପାଇଁ ଘର ହୋଇଥାଏ ସ୍ୱର୍ଗ
ହାତ ଯୋଡି କରେ ନମ
ତୁମ ପରି କେହି ସଂସାରେ ନାହାନ୍ତି
ସ୍ୱର୍ଗ ଥାଏ ପାଦେ ତୁମ
ତୁମ ପାଦ ଧୂଳି ମାରି ମୋ ମଥାରେ
କରୁଥିବୀ ଖାଲି କର୍ମ
ତୁମ କର୍ମ ପରା ଆମରି ଯେ ଧନ
କରିଯିବୁ ଭାବି ଧର୍ମ।
