STORYMIRROR

RAKESH MUDULI

Inspirational Others Children

4  

RAKESH MUDULI

Inspirational Others Children

ଭଗବାନ ପରା ଆମରି ବାପା

ଭଗବାନ ପରା ଆମରି ବାପା

1 min
343

ବାପା ଯେ ଅଟନ୍ତି ଆମ ଅନ୍ନଦାତା

       ସହି ଯେ ସବୁରି କଷ୍ଟ


ଯେତେ କଷ୍ଟ ଆସୁ ସବୁ ସେ ସହନ୍ତି

       ହୁଅନ୍ତିନି କେବେ ରୁଷ୍ଟ


ତାଙ୍କ ପାଇଁ ଆମ ଜୀବନ ଆଲୋକ

       ମହମବତୀ ଟିଏ ପରି


ନିଜେ ଜଳି ସିଏ ଆଲୋକ ଦିଅନ୍ତି

        କିଏ ନାହିଁ ତାଙ୍କ ସରି


ନିଜେ ସବୁବେଳେ ପୁରୁଣା ପିନ୍ଧନ୍ତି

       ଦେଇଥାନ୍ତି ନୂଆ ବସ୍ତ୍ର


ତାଙ୍କ ଠାରୁ ଆମେ ଶିଖିବା ଜରୁରି

       ସଂସାର ର ଏଇ ମନ୍ତ୍ର


ସବୁବେଳେ ସିଏ ପଛରେ ଥାଆନ୍ତି

      ଆଗକୁ ବଢ଼ିଲେ ଆମେ


ବାଟେ ଯାଉ ଯାଉ ଝୁଣ୍ଟି ଯାଉ ଯଦି

      ଚାଲି ଆସ ପାଖେ ତୁମେ


ଜୀବନ ରାସ୍ତାରେ ଭଲ ବାଟ ଦେଇ 

       ଯିବା ପାଇଁ କହିଥାଓ


ସେଇ ବାଟଦେଇ ଗଲେ ତୁମେ ଚାଲି

       ତୁମ ସାଥେ ନେଇ ଯାଓ


ତୁମ ପାଇଁ ଘର ହୋଇଥାଏ ସ୍ୱର୍ଗ 

      ହାତ ଯୋଡି କରେ ନମ


ତୁମ ପରି କେହି ସଂସାରେ ନାହାନ୍ତି

       ସ୍ୱର୍ଗ ଥାଏ ପାଦେ ତୁମ


ତୁମ ପାଦ ଧୂଳି ମାରି ମୋ ମଥାରେ

        କରୁଥିବୀ ଖାଲି କର୍ମ 


ତୁମ କର୍ମ ପରା ଆମରି ଯେ ଧନ 

        କରିଯିବୁ ଭାବି ଧର୍ମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational