STORYMIRROR

RAKESH MUDULI

Others

3  

RAKESH MUDULI

Others

ଅତୀତ

ଅତୀତ

1 min
187

ଅତୀତର କଥା କେତେ ଭଲ ଥିଲା 

        ଏବେ ବି ପଡୁଛି ମନେ


ସେଇ ମନ କଥା ଆଜି ବି ଶୁଣନ୍ତି

      କହିଲେ ସଭିଙ୍କ କାନେ।


କେତେ ସ୍ମୃତି ଥିଲା ଜୀବନରେ ଭରି

        ମନ ହୁଏ ପାଇବାକୁ


ସେଇ ସ୍ମୃତି ଆଜି ପାଶୋରି ଦେଇଛି

       ଖୋଜୁଥାଏ ଖାଲି ତାକୁ।


ଖୋଜେ ଆଜି ମୁହିଁ ଅତୀତର ସେଇ

        କାଗଜ ତିଆରି ଡଙ୍ଗା


କେତେ କରିଥିଲୁ କାଠି କୁଟା ଘର

      ପଡ଼ିଛି ହୋଇ ସେ ଭଙ୍ଗା।


ଭଙ୍ଗା କାଠି ଘର ଯୋଡ଼ି ହୁଏ ନାହିଁ 

       କରୁଥିଲେ ସାଜସଜ୍ଜା


ସେଇ ସାଜସଜ୍ଜା ଯେବେ ଦେଖିଦିଏ 

        ଲାଗୁଥାଏ ଭାରି ମଜା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍