STORYMIRROR

RAKESH MUDULI

Others

3  

RAKESH MUDULI

Others

ସବୁଠୁ ସୁନ୍ଦର ଆମରି ଗାଁ

ସବୁଠୁ ସୁନ୍ଦର ଆମରି ଗାଁ

1 min
197

ଗାଁର ସକାଳ ସବୁଠୁ ସୁନ୍ଦର

   ଉଇଁଲେ ଆକାଶେ ସୂର୍ଯ୍ୟ

ସେଇ ସୂରୁଜକୁ ଦେଖିବା ପାଇଁ କି

      ରଖିଥାନ୍ତି ସବୁ ଧୈର୍ଯ୍ୟ ।

ମନେ ପଡ଼େ ଆଜି ଗାଁ ପିଲାଖେଳ

     ବାଲି କାଦୁଅରେ ଘର

ସେଇ ଘର ଆଜି ଆପେ ଭାଙ୍ଗିଯାଏ

      ଲାଗୁଥାଏ ସବୁ ପର।

ପର କରି ଆମେ ଗାଁ ଦାଣ୍ଡ ଧୂଳି

      ରହିଛୁ ବାହାରେ ଯାଇ

ବାହାରୁ ଆସିଲେ ସେଇ ଗାଁ ଦାଣ୍ଡେ

      ଧୂଳି ଟିକେ ଯାଉ ହେଇ।

ଧୀରେ ଧୀରେ ଆମେ ହେଇଗଲୁ ବଡ଼ 

       ଭୁଲିଗଲୁ ପଛ ଦିନ

ସେଇ ଦିନ ଆଜି ମନେ ପଡ଼ିଗଲେ

       କାନ୍ଦୁଛି ଆମରି ମନ ।

ଯେତେ କାନ୍ଦିଲେ ବି ଆଉ ଫେରିବନି 

       ଆମର ସେ ପିଲାଦିନ 

ପିଲାଦିନ ଥିଲା ସବୁଠୁ ସୁନ୍ଦର 

      ରହିଗଲା ହୋଇ ଚିହ୍ନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍