ଫୁଲେଇ ଝିଅ
ଫୁଲେଇ ଝିଅ
1 min
117
ଅଲି ଅଳି ଝିଅ ବାପା ମାଆ ଙ୍କର
ଘର ର ସବୁଠୁ ସାନ
ଦୁଷ୍ଟାମୀ କରିଲେ କହିଲେ ତାହାକୁ
କରୁଥାଏ ଅଭିମାନ ।
ତା ଅଭିମାନରେ ସଭିଏଁ ହସନ୍ତି
ହୋଇ ତା ଆଗରେ ଖୁସି
ସେଇ ଖୁସି ଦେଖି ସେ ରାଗିଯାଇ
ବସୁଥାଏ ସିଏ ରୁଷି ।
ରୁଷିଗଲେ ସିଏ ଶୁଣେ ନାହିଁ କିଛି
କହୁଥିଲେ କଥା ଯେତେ
ଯେତେ କଥା କହି ତାକୁ ମନେଇଲେ
ଫୁଲେଇ ହଉଛି ସେତେ ।
ତା ରୁଷା ଦେଖି ସଭିଁଏ କୁହନ୍ତି
ତୁ ଗୋଟେ ଫୁଲେଇ ଝିଅ
ସେ ଫୁଲେଇ ଝିଅ ରାଗିବା ମୁହଁରେ
ହସ ଟିକେ ଭରି ଦିଅ ।
