STORYMIRROR

RAKESH MUDULI

Others

4  

RAKESH MUDULI

Others

ମା ର କୋଳ

ମା ର କୋଳ

1 min
358


ମୋ ମା କୋଳରେ ଶୋଇ ମୁଁ ପଡ଼ିଲେ

        ଶାନ୍ତି ଲାଗେ ସବୁଦିନ


ସେଇ ଦିନ ମୋର ସବୁବେଳେ ଥାଉ

        ଭାବୁଥାଏ ଏଇ ମନ 


ମା ର କୋଳ ରେ ଏତେ ଶାନ୍ତି ଥାଏ

       କେଉଁଠି ନାହିଁ ଏ ସୁଖ 


ସେଇ ସୁଖ ଆମ ନ ଦେଖି ମୁହଁରେ

       କରୁଥାଏ ସିଏ ଦୁଃଖ 


ଦୁଃଖରେ ଥିଲେ ମା କାନ୍ଦେ ଏ ଜଗତ

        ମା କଷ୍ଟ କୁ ଦେଖି


ତା ଦୁଃଖ ଦେଖି ଆମ ଏ ଆଖି 

       ତା ପାଖେ ଯାଏ ଲାଖି


ନିରାପଦ ଅଟେ ମା ର କୋଳ ଯେ

      ଲାଗେ ନାହିଁ କେବେ ଡର

  

ମା କୁ ଆସନେ ବସାଇ ସଭିଁଏ

     ମନରେ ଯେ ପୂଜା କର ।।


Rate this content
Log in