STORYMIRROR

RAKESH MUDULI

Others

3  

RAKESH MUDULI

Others

ଆମ ପରିବେଶ

ଆମ ପରିବେଶ

1 min
199


ପରିବେଶ ଆମ ସଫା କରିବାକୁ

      ସଭିଁଏ ଶପଥ ନେବା


ସେଇ ଶପଥ କୁ ସଭିଁଏ ମାନିଲେ 

      ରୋଗଠୁ ଦୂରେଇ ଯିବା


ରୋଗର କାରଣ ଆବର୍ଜନା ଆମ 

      ଚାରିପାଖେ ଥାଏ ରହି ll


ସେଇ ଆବର୍ଜନା ସଫା କରିବାକୁ 

      ସଭିଙ୍କୁ ଦେବା ଯେ କହି


ଘର ଚାରି ପାଖେ ଗଦା କରିବାନି

       ଭିତର ଅଳିଆ ସବୁ


ସେଇ ଅଳିଆ କୁ ଏକତ୍ରିତ କରି

       ତାହାକୁ ଜଳେଇ ଦବୁ ll


ଜଳିଗଲେ ସବୁ ଅଳିଆ ଆବର୍ଜନା 

      ନଷ୍ଟ ହୋଇଯିବେ ମଶା


ସେଇ ମଶା ପାଇଁ ରୋଗର ଶଯ୍ୟାରେ

      ଭୋଗିବେନି କେହି ଦଶା ll


ଏତିକି ବିନତି ମୋ ଭାଇ ମାନଙ୍କୁ

      ଆସ ଆମେ ଏକ ହେବା


ଏକ ହୋଇ ଆମେ ପରିବେଶ ଟିକୁ

      ସଫା ଟିକେ କରିଦେବା ll



       




        


Rate this content
Log in