STORYMIRROR

SUKANTA KHANDA

Children

4  

SUKANTA KHANDA

Children

ସୁରକ୍ଷିତ ମୁଦ୍ରା

ସୁରକ୍ଷିତ ମୁଦ୍ରା

1 min
303


ଶୁଣିଲି କଥାଟେ ଅଜାଙ୍କ ମୁହଁରୁ ଜୀବନ ସୌଦାକୁ ଆଣି

ସୁରକ୍ଷିତ ରଖ ଜୀବନ କାଳରେ ସଂସାର ହାଟରୁ କିଣି।୧

ବାପାଙ୍କର ଥିଲା ବଦଖର୍ଚ୍ଚ କେତେ ମାଆଙ୍କର ବଡ଼ ଗର୍ବ

ଭାଇଙ୍କର ଥିଲା ବୁଲିବା ନିଶାଟା କୁଆଡେ଼ ପଡିଛି ପର୍ବ।୨

ଭଉଣୀ ମୋହର ଉଡୁଛି ଆକାଶେ ଧରିକି ତାର ପ୍ରେମିକ

ଅଜାଙ୍କ ଅର୍ଥକୁ ଦେଖି ହାଇଁପାଇଁ ଯେମିତି ସଭିଏଁ ଜୋକ।୩

ଅଜାଙ୍କ ଆଖିରେ ଲୁହର ସମୁଦ୍ର ଭବିଷ୍ୟ କେମିତି ହେବ

ଟଙ୍କା ତ ହେଉଛି ଛୋଟ ମୁଦ୍ରା ଏଠି ବଡ଼ ମୁଦ୍ରା ସ୍ୱାସ୍ଥ୍ୟ ଭାବ।୪

ଜୀବନ ମଧ୍ୟରେ ପ୍ରେମ ମୁଦ୍ରା ଆହା ଭାଗ୍ୟଶାଳୀ ଦୁନିଆରେ

ବନ୍ଧୁତା ହେଉଛି ମିଠା ମୁଦ୍ରା ନିଶ୍ଚେ ସମ୍ପର୍କ ସୁନା ମର୍ତ୍ତ୍ୟରେ।୫

ଘର ପରିବାର ଦେଖ ଆଜିକାଲି ନିଜର ସ୍ୱାର୍ଥରେ ଚାଲି

ଝୁଣି ଖାଉଅଛ ରକ୍ତକୁ ସଭିଏଁ ମରିବା ଡାକରା ଭୁଲି।୬

ରୋଜଗାର କରି ମଉଜ କରିଲେ କିଏ ବା କରିବ ମନା

ବିନା ରୋଜଗାରେ ଖର୍ଚ୍ଚ କରୁଥିଲେ ଅଜାଙ୍କୁ କାହିଁକି ଅନା?୭

ରକ୍ତ ମାଂସ କ'ଣ ସଢ଼ିବା ହୁଏକି ସମ୍ପର୍କ ରଖିବା ପାଇଁ

ଭାଇ ବନ୍ଧୁ ପୁଣି ପଡ଼ୋଶୀ ସହିତ ଦିଆନିଆ ଭାବ ଜାଣି।୮

ନିତି ଏହି ଘରେ ବାଉଳି କାହିଁକି ମୁଦ୍ରାକୁ ଦେଖିକି ପୁଣି

ସୁରକ୍ଷିତ ପାଇଁ ରୋଜଗାର କର ସମ୍ପର୍କକୁ ଦେଖି ଜାଣି।୯

ନାତି ଟୋକା ଶୁଣି ଶପଥ କରିଲା ସମ୍ପର୍କ ରଖିବା ପାଇଁ

କର୍ମ ହିଁ ତ ଧର୍ମ ବଞ୍ଚିବାର ରାହା ଏବେଠୁ କରିବି ମୁହିଁ।୧୦

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children