Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BHABAGRAHI TRIPATHY

Classics Inspirational

3  

BHABAGRAHI TRIPATHY

Classics Inspirational

ମାଆ କାତ୍ୟାୟନୀ

ମାଆ କାତ୍ୟାୟନୀ

1 min
426



 ଶରତର ଏହି  ପାର୍ବଣ ଋତୁରେ

 ଆଜି ଏକ  ଶୁଭ ଦିନ

 ନବରାତ୍ର ପୂଜା ଚାଲିଛି ମାଆଙ୍କ

 ଭକ୍ତ ଯେ ଭକ୍ତିରେ ଲୀନ ।



 ଆଶ୍ୱିନ ମାସର ଶୁକ୍ଳ ଷଷ୍ଠୀ ତିଥି

 କାତ୍ୟାୟନୀଙ୍କର ପୂଜା

 ଚତୁର୍ଭୁଜାଧାରୀ ରୂପ ସ୍ଵର୍ଣ୍ଣକାନ୍ତି

 ଝଟକେ ମା'ର ଶୋଭା ।


 କାତ୍ୟାୟନଙ୍କର କନ୍ୟା ମାଆ ତୁମେ

 କାତ୍ୟାୟନୀ ନାମେ ଖ୍ୟାତ

 କାତ୍ୟାୟନଙ୍କର ଇଚ୍ଛା  ପୂର୍ଣ୍ଣ  କଲ

 କନ୍ୟା ରୂପେ ହେଲ ଜାତ ।

 

 ଏକ ଭୁଜା ତୋର ଅଭୟ ମୁଦ୍ରାରେ

 ଭକ୍ତଙ୍କୁ ଅଭୟ ଦିଏ 

 ଏକ ଭୁଜା ତୋର ଆଶୀର୍ବାଦ ରୂପେ

 ଭକ୍ତଙ୍କୁ ଆଶିଷ ଦିଏ ।


 ଏକଭୁଜେ ତୋର ଖଣ୍ଡା ଶୋଭାପାଏ

 ଦୁଷ୍ଟକୁ କରୁ ସଂହାର

 ଏକଭୁଜେ ତୋର ପଦ୍ମ ଶୋଭାପାଏ

 ଭକ୍ତକୁ କରୁ ନିଜର ।


 ଭକ୍ତର  ଭାବନା ଭକ୍ତର କାମନା 

 ପୂର୍ଣ୍ଣକରୁ ମାତା ମୋର

 ଭକ୍ତ ଯେ ତୋହର ନୟନ ପିତୁଳା

 ଭକ୍ତହୃଦେ ଵାସ ତୋର ।



ଜୟ ମହାମାୟୀ ଜୟ କାତ୍ୟାୟନୀ

ନାଲି ବସ୍ତ୍ର ବିମୋହିନୀ

ଗେଣ୍ଡୁ ପୁଷ୍ପେ ପ୍ରୀତି ଜଗତ ଜନନୀ

ଦୁର୍ଗେ ଦୁରିତ ନାଶିନୀ ।


ଜୟ ମାଁ ଶିବାନୀ ଜୟ ମାଁ ଭୈରବୀ

ମହାମାୟୀ କାତ୍ୟାୟନୀ

ଦୁଷ୍ଟ ସଂହାରିଣୀ ପାପ ବିନାଶିନୀ

ଅଭୟ ବର ଦାୟିନୀ ।



 ଜଗତ ଜନନୀ କରୁଣାମୟୀ ଗୋ

 ଧରା ଧାମେ ଅବତର

 ହରିନିଅ ମାଆ ମନୁଷ୍ୟ ମନରୁ

 ହିଂସା ଦ୍ୱେଷ ଅହଂକାର ।


 ବୃହସ୍ପତି ଦୋଷ ଖଣ୍ଡନ କର ମା

 ଦିବ୍ୟ ଏ ପାର୍ବଣ ଦିନେ

 ତୋହର ପୂଜନ କରେ ଭକ୍ତଜନ

 ଖୁସି ଭରି ଦିଅ ମନେ ।


 

  


Rate this content
Log in

Similar oriya poem from Classics