STORYMIRROR

BHABAGRAHI TRIPATHY

Classics

3  

BHABAGRAHI TRIPATHY

Classics

ଅଗ୍ରପୂଜ୍ୟ ଗଣେଶ

ଅଗ୍ରପୂଜ୍ୟ ଗଣେଶ

1 min
176


ଭାଦ୍ର  ମାସ ଶୁକ୍ଳ ଚତୁର୍ଥୀର ତିଥି

ଶ୍ରୀଗଣେଶଙ୍କର ପୂଜା,

ସର୍ବ ଶୁଭାଶୁଭ କାର୍ଯ୍ୟରେ ଗଣେଶ

ପ୍ରଥମେ ହୁଅନ୍ତି ପୂଜା।


ବିଦ୍ୟା ବୁଦ୍ଧି ଜ୍ଞାନ  ପ୍ରବର୍ତ୍ତକ ଦେଵ

ଲମ୍ବୋଦର ଗଣପତି,

ମାତା ପାର୍ବତୀଙ୍କ ହଳଦୀ ମଳୁଖେ

ହୋଇଥିଲେ ଉତପତି।


ପାର୍ବତୀ ନନ୍ଦନ ସିଦ୍ଧି ପ୍ରଦାୟକ

ବିଦ୍ୟାଦାତା ଭଗବାନ,

କାର୍ତ୍ତିକ ଅନୁଜ ଅଗ୍ରପୂଜ୍ୟ ପ୍ରଭୁ

ଗୈାରି ସୁତ ଗଜାନନ।


ପ୍ରଭୁ ଗଜାନନ ବିଘ୍ନ ଵିନାଶନ

ବୁଦ୍ଧି ପ୍ରଦାୟକ ଦେବ,

ଅଜ୍ଞାନ ମୁରୁଖ ଵୋଲାଏ ପଣ୍ଡିତ

ଥିଲେ ତାଙ୍କ ଆଶୀର୍ବାଦ।


ଅଯୋନି ସମ୍ଭୁତ ତ୍ରିଭୁବନେ ଶ୍ରେଷ୍ଠ

ଅଜ୍ଞାନକୁ ଦେଇ ଜ୍ଞାନ,

ଚତୁର ପଣରେ ଅଟନ୍ତି ଯେ ଶ୍ରେଷ୍ଠ

ମୂଷିକ ତାଙ୍କ ବାହନ।


ବିଘ୍ନ ବିନାଶକ   ହରିନିଅ ଦୁଃଖ

ଶୁଭ ଦିନ ଆସୁ ଉଇଁ,

ଖୁସିର ଲହରୀ ଆସୁ ଏ ଜଗତେ

ସଭିଙ୍କୁ ଯାଉ ଯେ ଛୁଇଁ।


ତୁମେ ଶୁଭ ଶାନ୍ତି ରିଦ୍ଧି ସିଦ୍ଧି ପତି

ଘେନ ହେ ମୋର ପ୍ରଣତି,

ହେ ସୃଷ୍ଟି ରକ୍ଷକ ପ୍ରଭୁ ଗଜାନନ

ତୁମ୍ଭ ବିନୁ ନାହିଁ ଗତି। 


ତୁମେ ବିଦ୍ୟାଧର ବିଦ୍ୟାର ଭଣ୍ଡାର

ଉମାସୁତ ଲମ୍ବୋଦର,

କରଯୋଡ଼ି ପାଦେ କରୁଛି ମିନତୀ

ସଙ୍କଟ କର ହେ ଦୂର।


ଶୁଭାଶିଷ ଦିଅ ସଭିଙ୍କୁ ପ୍ରଭୁ ହେ

ଝରି ପଡୁ ସୁଧାବାରି,

ଅଗ୍ରପୂଜ୍ୟ ହୋଇ ବିଘ୍ନ ଦୂର କର

ଦୁଃଖ ଶୋକ ନିଅ ହରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics