STORYMIRROR

SUKANTA KHANDA

Children

4  

SUKANTA KHANDA

Children

ଦୀପାବଳି

ଦୀପାବଳି

1 min
317


ଆଲୋକ ପରବ ଶୁଭ ଦୀପାବଳି ଆସିଛି

ଗ୍ରାମଠୁ ସହର ଦୀପର ପସରା ମେଲିଛି।


କିଏ କେତେ ଆଜି କିସମ କିସମ ଦୀପକୁ

ଉଜାଗର ହୋଇ ସମର୍ପିତ ନିଜ ଦେହକୁ।


ଜଗତ କଲ୍ୟାଣ ଦୂର ହେଉ ପାଖୁ ଦୁଃଖଟା

ଲୁହ ନ ବାହାରୁ ଉଦ୍ଭିଦ ହେଉ କି ପ୍ରାଣୀଟା।


ସଭିଙ୍କର ମୁଖରୁ ବାହାରୁ ହସର ଫୁଆରା

ସମୁଦ୍ର ଲହଡ଼ି ପରାଏ ଆନନ୍ଦ ନିଆରା।


ତଡି ହୋଇଯାଉ ଅନ୍ଧାର ସଭିଙ୍କ ପାଖରୁ 

ଆଲୋକ ଆସିକି ଚଉଦିଗେ ଦୁଃଖ ହରୁ।


ଭାଇଚାରା ଘେନି ସମୟ ବିତେଇ ଦେଉ

ଅସୂୟା ଅଥବା ଅହଙ୍କାର ଦୂର ହେଉ।


ଭଲ ପାଇବାର କାମନା ବିରାଜୁ ମନରେ

ରାଗ ଅବା ଘୃଣା ନ ପଶୁ କାହାରି ପାଖରେ।


ଯାହା ମିଳିଯିବ ଭୁଞ୍ଜିବୁ ହସିକି ଆନନ୍ଦ

କୋଟି ଧନ୍ୟବାଦ ଘେନନ୍ତୁ ପ୍ରଭୁ ହେ ଗୋବିନ୍ଦ।


ଆଲୋକ ପରବ ପାଳୁଛୁ ସେ ପାଇଁ ଆଜି ହେ

ରକ୍ଷା କର ପ୍ରଭୁ ନାଶିକି ଅନ୍ଧାର ତୁମେ ହେ।


ପରିବେଶ ରକ୍ଷା ପାଇଁକି ବାଣକୁ ଦୂରେଇ

ବସିଛୁ ଆଲୋକ ଦୀପାଳି ସଭିଏଁ ଜଳେଇ।


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children