STORYMIRROR

SUKANTA KHANDA

Children

4  

SUKANTA KHANDA

Children

ଧନ୍ଦା-୧୨

ଧନ୍ଦା-୧୨

1 min
244


ଭାବିଚିନ୍ତି ଆଜି ଶଦ୍ଦ ବାଛିଚି 

କହିବାକୁ ଯେବେ ମନ ବଳିଛି।୧

ଯିଏ କହିଦେବ ଧନ୍ଦା ଉତ୍ତର

ପ୍ରଣାମ ପାଇଁକି ଯୋଡ଼ୁଛି କର।୨

ସଂସାର ହାଟରେ ପୁରୁଷ ନାରୀ

ଜୀବନରେ ଥରେ ଆସେ ସବୁରି।୩

ନାରୀ ପୁରୁଷଙ୍କ ପ୍ରଥମ ପ୍ରେମ

ଭବିଷ୍ୟ ପାଇଁକି ଯୋଡନ୍ତି ମନ।୪

ଏହି କାମ ପାଇଁ ଘରର ଲୋକେ

ସଜବାଜ ଆହା ନ ହୋଇ ଶୋକେ।୫

ପ୍ରଥମ ଦ୍ଵିତୀୟ ଦେବ ମିଶାଇ

ରହନ୍ତି ଯେଉଁଠି ଅର୍ଥଟି ସେଇ।୬

ପ୍ରଥମ ତୃତୀୟ ମିଶାଇ ଦେବା 

ସପ୍ତାହ ଯାକର ଦିନ ପାଇବା।୭

ଦ୍ଵିତୀୟ ପ୍ରଥମ ଯୋଡ଼ନ୍ତୁ ଧୀରେ

ଅର୍ଥ ପାଇବା ସମସ୍ତଙ୍କ ଠାରେ।୮

ଦ୍ଵିତୀୟ ତୃତୀୟ ବୁଝେ ପୋଖରୀ

ଯେଉଁଠି ଗାଧାନ୍ତି ନର ଓ ନାରୀ।୯

ବାଦ୍ୟଯନ୍ତ୍ର ଆହା ଅର୍ଥର ଭାବ

ତୃତୀୟ ପ୍ରଥମ ଯେବେ ଯୋଡ଼ିବ।୧୦

ତୃତୀୟ ଦ୍ବିତୀୟ ମିଶିଲେ ଗୁଣ

ବୁଝିକି କହିବ ଧନ୍ଦାର ପ୍ରାଣ।୧୧

ପ୍ରହରାଜଙ୍କର ଅଭିଧାନରୁ

ଅର୍ଥଟି ଲେଖିଛି ଖୋଜ ହେ ଗୁରୁ।୧୨

           


ଉତ୍ତର-ବାସର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children