STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଅମର ଶହୀଦ ବୀର ଲକ୍ଷ୍ମଣ

ଅମର ଶହୀଦ ବୀର ଲକ୍ଷ୍ମଣ

1 min
204


ମାଲକାନଗିରି ତେନ୍ତୁଳିଗୁମ୍ମାର

ବନ ପରବତ କାନ୍ଦେ ଗୁମୁରି

ଅମର ଶହୀଦ ହେ ବୀର ଲକ୍ଷ୍ମଣ 

ମାଟି ତୁମ ପାଇଁ ହେଉଛି ଝୁରି ।

ପିତା ପଦଲମ ମାତା ସମାରୀଙ୍କ

ଦ୍ବିତୀୟ ସନ୍ତାନ ରୂପେ ଜନମି

କୋଲାବ ନଦୀର ବାଲିପଠା ପରେ 

ଥିଲ ବର୍ଣ୍ଣମାଳା ଅକ୍ଷର ଚିହ୍ନି ।

ଝାସ ଦେଇଥିଲ ମୁକ୍ତି ଆନ୍ଦୋଳନେ

ଅହିଂସା ମନ୍ତ୍ରକୁ ଆୟୁଧ କରି

ପ୍ରଚାର କରିଲ ଖଦୀର ବାରତା

ପ୍ରତି ଗାଆଁଗଣ୍ଡା ଗଳିରେ ବୁଲି ।

ମଦ୍ଯ କୁଅଭ୍ଯାସ ପରିତ୍ଯାଗ କରି

ନିର୍ଭିକ ହେବାକୁ ଦେଲ ଆହ୍ୱାନ 

ତୁମରି ପୁକାରେ ଭୂମିଆ ସମାଜେ

ତେଜି ଉଠିଥିଲା ଜାଗରଣ ।

କର ଓ ଖଜଣା ଦେଲେ ନାହିଁ ପ୍ରଜା

କଲେ ସତ୍ଯାଗ୍ରହ ଥାନା ଘେରାଉ 

ମାଥିଲି ଥାନାରେ ପତାକା ତ୍ରିରଙ୍ଗା

ଉଡ୍ଡୀୟମାନେ ହେଲେ ମତାଉ ।

ଗୁଳିକାଣ୍ଡେ ହେଲେ ବହୁ ମୃତାହତ 

ଲକ୍ଷ୍ମଣ ହୋଇଲ କାରାରେ ବନ୍ଦୀ

ବିଚାରେ ଇଂରେଜ ଦେଲେ ଦଣ୍ଡାଦେଶ

ହସି ହସି ଫାଶି ଲଭିଲ ପୁଣି ।

ଦେଶଜାତି ପାଇଁ ଚିରଦିନ ତୁମେ

ରହିବ ଅମର ବୀର ଲକ୍ଷ୍ମଣ 

ବୃଥା ଯାଏ ନାହିଁ କେବେ ବଳିଦାନ 

ଶହୀଦଙ୍କ ଜ୍ଯୋତି ସଦା ଅମ୍ଳାନ ।

      


Rate this content
Log in

Similar oriya poem from Inspirational